ବରିଷ୍ଠ କର୍ମଚାରୀ ପଦ୍ମନାଭ ନାୟକଙ୍କ ବିୟୋଗରେ କେଏମ୍‌ବିବି କଲେଜ୍‌ରେ ଶୋକସଭା

Advertisment
ବରିଷ୍ଠ କର୍ମଚାରୀ ପଦ୍ମନାଭ ନାୟକଙ୍କ ବିୟୋଗରେ କେଏମ୍‌ବିବି କଲେଜ୍‌ରେ ଶୋକସଭା

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ନିକଟରେ ଥିବା କେଏମବିବି ବୈଷୟିକ ମହାବିଦ୍ୟାଳୟର ବରିଷ୍ଠ କର୍ମଚାରୀ ପଦ୍ମନାଭ ନାୟକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଗତକାଲି ମହାବିଦ୍ୟାଳୟର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ପ୍ରସନ୍ନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ପ୍ରାଶାସନିକ ନିର୍ଦେଶକ ସରୋଜ କୁମାର ପଣ୍ଡା, ଆକାଉଣ୍ଟ ପରିଚାଳନା କାବୁକି ମହାରଣା, ଇଷ୍ଟେଟ୍ ଅଧିକାରୀ ଶୁଭ୍ରନାରାୟଣ ଷଡ଼ଙ୍ଗୀ, ହିସାବରକ୍ଷକ ଅଧିକାରୀ ଲକ୍ଷ୍ମୀକାନ୍ତ ଦାସ, ମେକାନିକାଲ୍ ବିଭାଗର ମୁଖ୍ୟ ଡଃ. ଅଜୟ କୁମାର ସାହୁ, ସିଭିଲ୍ ବିଭାଗର ମୁଖ୍ୟ ଡଃ. ଦେବଦତ୍ତ ଜେନା, ଇଲୋକ୍ଟ୍ରୋନିକ୍‌ ବିଭାଗର ମୁଖ୍ୟ ଡଃ. ଗଣେଷ ପ୍ରସାଦ ଖୁଣ୍ଟିଆ, କମ୍ପ୍ୟୁଟର ସାଇନ୍ସ ବିଭାଗର ଏଚ୍ଓଡି ମନମୋହନ ସାହୁ, ଇଲେକ୍ଟ୍ରୋନିକ୍ ଓ କମ୍ୟୁନିକେସନ୍ ବିଭାଗର ଏଚ୍ଓଡି ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସହ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧ୍ୟାପକ-ଅଧ୍ୟାପିକା ଉପସ୍ଥିତ ଥିଲେ।

ପଦ୍ମନାଭଙ୍କ ବିୟୋଗରେ ମହାବିଦ୍ୟାଳୟ ଏକ ବିଶ୍ୱସ୍ତ କର୍ମଚାରୀଙ୍କୁ ହରାଇଲା ବୋଲି ପ୍ରାଶାସନିକ ନିର୍ଦେଶକ ଶ୍ରୀ ପଣ୍ଡା କହିଥିଲେ। ସୂଚନାଯୋଗ୍ୟ, କେଏମ୍ବିବି ମହାବିଦ୍ୟାଳର ପ୍ରତିଷ୍ଠା ଦିନ ଠାରୁ ପଦ୍ମନାଭ ନାୟକ ଏହାର ଜଣେ ବିଶ୍ୱସ୍ତ ଓ ସମର୍ପିତ କର୍ମଚାରୀ ଭାବେ କାମ କରୁଥିଲେ। ସେ ଦୀର୍ଘବର୍ଷ ଧରି ଇଲେକ୍ଟ୍ରିସିଆନ୍ ମୁଖ୍ୟ ଭାବେ ମହାବିଦ୍ୟାଳୟର ଦାୟିତ୍ୱ ତୁଲାଇଥିଲେ। ସେ ଗତ କିଛିଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଚଳିତ ମାସ ୧୩ ତାରିଖରେ ତାଙ୍କ ଦେହାନ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe