ଘୁ.ଉଦୟଗିରି ମୁଖ୍ୟ ସଡ଼କ ଅବସ୍ଥା ଶୋଚନୀୟ: ବଢୁଛି ଦୁର୍ଘଟଣା

Advertisment

ଘୁ.ଉଦୟଗିରି ସହରର ମୁଖ୍ୟ ସଡକ ଅବସ୍ଥା ଶୋଚନୀୟ ହୋଇପଡିଛି। ରାଜ୍ୟ ରାଜପଥ ଖଲଖମାରେ ପରିପୂର୍ଣ୍ଣ ହୋଇଛି।ସ୍ଥାନୀୟ ସହରର ବରାଳିନୀ ମାର୍କେଟ ଦେଇ ଯାଇଥିବା ରାଜ୍ଯ ରାଜପଥ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି...

ଘୁ.ଉଦୟଗିରି ସହରର ମୁଖ୍ୟ ସଡକ ଅବସ୍ଥା ଶୋଚନୀୟ ହୋଇପଡିଛି। ରାଜ୍ୟ ରାଜପଥ ଖଲଖମାରେ ପରିପୂର୍ଣ୍ଣ ହୋଇଛି।ସ୍ଥାନୀୟ ସହରର ବରାଳିନୀ ମାର୍କେଟ ଦେଇ ଯାଇଥିବା ରାଜ୍ଯ ରାଜପଥ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି...

G. Udayagiri

G. Udayagiri Photograph: (sambad.in)

ଘୁ.ଉଦୟଗିରି: ଘୁ.ଉଦୟଗିରି ସହରର ମୁଖ୍ୟ ସଡକ ଅବସ୍ଥା ଶୋଚନୀୟ ହୋଇପଡିଛି। ରାଜ୍ୟ ରାଜପଥ ଖଲଖମାରେ ପରିପୂର୍ଣ୍ଣ ହୋଇଛି।ସ୍ଥାନୀୟ ସହରର ବରାଳିନୀ ମାର୍କେଟ ଦେଇ ଯାଇଥିବା ରାଜ୍ଯ ରାଜପଥ ଅବସ୍ଥା ଦିନକୁ ଦିନ ଶୋଚନୀୟ  ହେବାରେ ଲାଗିଛି।

ବିଭିନ୍ନ ସ୍ଥାନରେ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ରାସ୍ତାରେ ଡ୍ରେନପାଣି  ଭାସୁଛି। ଏଭଳି ଅବସ୍ଥା ଦୀର୍ଘ ଦିନ ହେବ ରହିବା ଫଳରେ ଏବେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି।

ବିଶେଷ କରି ଦୁଇ ଚକିଆ ଯାନ ଚାଳକମାନଙ୍କ ସହିତ ପଥଚାରୀମାନେ ନାନା ସମସ୍ଯାରେ ସମ୍ମୁଖିନ ହେଉଛନ୍ତି।

ବଡ଼ ଗାଡି ଯାଉଥିବା ବେଳେ ରାସ୍ତା କଡରେ ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ କାଦୁଅ ପାଣି ପଡିବା, ସହିତ ଆଖପାଖ ଦୋକାନ ଉପରେ କାଦୁଅ ପାଣି ପଡିବା ଯୋଗୁ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି। 

ଅଧିକ ପଢ଼ନ୍ତୁ: ଏଆଇ ତଥ୍ୟ ଆଧାରରେ ୧୩ ଶିକାରୀ ଗିରଫ

ଏହା ଏକ ବ୍ଯସ୍ତ ବହୁଳ ରାଜ୍ଯ ରାଜପଥ ହୋଇଥିବା ବେଳେ ଅଭିଯୋଗ ହେଲେ କେବଳ କାମଚଳା ମରାମତି କରାଯାଉଛି। ନୂଆ ପକ୍କା ରାସ୍ତା ପାଇଁ ଦାବି ହେଉଥିବା ବେଳେ କେହି କର୍ଣ୍ଣପାତ କରୁ ନାହାନ୍ତି। ଅପରପକ୍ଷରେ ରାସ୍ତା ଭଲରେ ମରାମତି ମଧ୍ଯ ହେଉ ନ ଥିବା କାରଣରୁ ଲୋକେ ଖାଲଖମାରେ ମାଟି ପକେଇବାକୁ ବାଧ୍ଯ ହେଉଛନ୍ତି।

ଫଳରେ ଦିନକୁ ଦିନ ଲୋକଙ୍କ ମଧ୍ଯରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି ବ୍ଯସ୍ତ ବହୁଳ ନିତ୍ଯ ବ୍ଯବହାର ରାଜ୍ଯ  ରାଜପଥକୁ ନୂତନ ଭାବେ ନର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରୀୟ ଶୋକ ବେଳେ ଛୁଟି କଟେଇବାକୁ ରାହୁଲ ଗାନ୍ଧି ଗଲେ ଭିଏତନାମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe