ଭଲ ଖବର: ପେସା ପୁଲିସ ଚାକିରି, ନିଶା ଥାନାରେ କରିବା ଫୁଲବଗିଚା

Advertisment

ଘୁ.ଉଦୟଗିରି ଆଦର୍ଶ ଥାନା ପରିସରରେ ଫୁଲବଗିଚା ସୃଷ୍ଟି କରିଛନ୍ତି ଆଇଆଇସି ଧିରାଜ ଲେଙ୍କା, ଚାରିଆଡୁ ପ୍ରଶଂସାର ସୁଅ

ଘୁ.ଉଦୟଗିରି ଆଦର୍ଶ ଥାନା ପରିସରରେ ଫୁଲବଗିଚା ସୃଷ୍ଟି କରିଛନ୍ତି ଆଇଆଇସି ଧିରାଜ ଲେଙ୍କା, ଚାରିଆଡୁ ପ୍ରଶଂସାର ସୁଅ

ଭଲ ଖବର: ପେସା ପୁଲିସ ଚାକିରି, ନିଶା ଥାନାରେ କରିବା ଫୁଲବଗିଚା

ଘୁ ଉଦୟଗିରି: ଅରଣା ବନରେ ପୁଷ୍ପ ଉଦ୍ୟାନ ସୃଷ୍ଟି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ସ୍ଥାନୀୟ ଆଦର୍ଶ ଥାନାର ଆଇଆଇସି ଧିରାଜ ଲେଙ୍କା। ପେସାରେ ଜଣେ ପୁଲିସ ଅଫିସର ହୋଇଥିଲେ ବି ତାଙ୍କର ନିଶା ହେଉଛି ପରିବେଶ ସୁରକ୍ଷା କରିବା। ଘୁ.ଉଦୟଗିରି ଥାନା ପରିସରରେ ଖାଲି ପଡିଥବା ଜମିରେ ଏକ ସୁନ୍ଦର ପୁଷ୍ପ ଉଦ୍ୟାନ ସୃଷ୍ଟି କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ସେ। ସାରା ଅଂଚଳବାସୀଙ୍କ ସହ ସାରା ବିଭାଗରେ ଏହି ଫୁଲ ବଗିଚାକୁ ନେଇ ବେଶ ଆଲୋଚନା ଚାଲିଛି।

publive-image

ଆଇଆସି ଭାବେ ଧିରାଜ ଲେଙ୍କା ଗତ ଅକ୍ଟୋବର ମାସରେ ଯୋଗ ଦେଇ ନିଜ କାର୍ଯ୍ୟ ଆରମ୍ଭ କରିବା ପରେ ଥାନା ପରିସରରେ ବିରାଟ ଖାଲି ଜମି ଦେଖି ସେ ଏକ ଯୋଜନା ପ୍ରସ୍ତୁତ କଲେ। ଥାନା ସମୁଖରେ ଥିବା ଜମିରେ ପ୍ରଥମେ ଏକ ଫୁଲ ବଗିଚା ପ୍ରତିଷ୍ଠା କରିବା କାର୍ଯ୍ୟ ଆରମ୍ଭ କଲେ। ନିଜେ ଏହି କାର୍ଯ୍ୟ କରିବା ସହ ନିଜର ସହକର୍ମୀଙ୍କୁ ମଧ୍ୟ ଉତ୍ସାହିତ କଲେ। ରାତି ପାହିଲେ ଆଇଆଇସି ଥାନାରେ ପହଞ୍ଚି ଫୁଲ ବଗିଚାରେ କାମରେ ଲାଗିବା ଦେଖି ଅନ୍ୟ କର୍ମଚାରୀମାନେ ମଧ୍ୟ ସେଇ ବଗିଚାରେ କାମ କରି ଏକ ସୁନ୍ଦର ପୁଷ୍ପ ଉଦ୍ୟାନ ସୃଷ୍ଟି କରିପାରିଛନ୍ତି। ଖାଲି ଯେ ପୁଷ୍ପ ଉଦ୍ୟାନ ସୃଷ୍ଟି ହୋଇଛି ତା ନୁହେଁ ଏହି ବଗିଚାରେ ସୁନ୍ଦର ଆଲୋକ ସଜା ହେବା ସହ ବସିବା ନିମନ୍ତେ ସିମେଣ୍ଟ ଚେୟାର ପଡିଛି। ବଗିଚାରେ ବିଭିନ୍ନ କିସମର ଫୁଲ ଗଛ ଲାଗିଛି। ବିଭିନ୍ନ କିସମର ଗୋଲାପ, ଗେଣ୍ଡୁ, ଡାହାଳିଆ, ସୂର୍ଯ୍ୟମୁଖୀ, ସେବତୀ ଭଳି ବହୁ ଫୁଲ ଗଛରେ ଫୁଲ ଫୁଟି ସାଧାରଣ ଲୋକଙ୍କୁ ବେଶ ଆକର୍ଷିତ କରୁଛି। ସାଧାରଣ ଜନତା ଏହି ଫୁଲ ବଗିଚା ଦେଖିବାକୁ ଏବଂ ତାର ସୌନ୍ଦର୍ଯ୍ୟ ଉପଭୋଗ କରିବା କିଛି ସମୟ ପଡିଥିବା ଚେୟାରରେ ବସି ବେଶ ଆନନ୍ଦିତ ହେଉଛନ୍ତି।

publive-image

ଥାନା ନା ପଡିଲେ ପ୍ରାୟ ସମସ୍ତଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଠି ହୁଏ। ପୁଲିସକୁ ଲୋକ ଏତେ ସହଜରେ ନିଜର ଭାବି ପାରନ୍ତି ନାହିଁ। ପୁଲିସର ବ୍ୟବହାର ଖରାପ ବୋଲି ସମସ୍ତଙ୍କ ମନରେ ଧାରଣା ଥାଏ। ଥାନାକୁ ଗଲେ ପୁଲିସ ନାଲି ଆଖି ଦେଖାଏ ବୋଲି ସମସ୍ତଙ୍କ ଧାରଣାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ସ୍ଥାନୀୟ ଥାନା ଆଇଆଇସି ଧିରାଜ ଲେଙ୍କା।

publive-image

ପୁଲିସ ସମସ୍ତଙ୍କର ବନ୍ଧୁ ସମସ୍ତଙ୍କ ପାଇଁ ଥାନାର ପୁଷ୍ପ ଉଦ୍ୟାନ ଖୋଲା ଯାଇଛି। ସମସ୍ତେ ଏହି ପୁଷ୍ପ ଉଦ୍ୟାନ ଦେଖି ପୁଲିସ ପ୍ରତି ଥିବା ଘୃଣାଭାବ ଦୂର କରି ବର୍ତ୍ତମାନ ପୁଲିସର ଗୁଣଗାନ କରିବା ସହ ପୁଲିସକୁ ନିଜର ବନ୍ଧୁ ବୋଲି ଭାବୁଛନ୍ତି। ନିଜ ଉଦ୍ୟମରେ ସ୍ଥାନୀୟ ଆଇଆଇସି ଏହି ପୁଷ୍ପ ଉଦ୍ୟାନଟି ସୃଷ୍ଟି କରିଛନ୍ତି। ସରକାରୀ ପ୍ରୋତ୍ସାହନ ମିଳିଲେ ଥାନା ପରିସରରେ ପଡିଥିବା ବିଶାଳ ଖାଲି ଜମିକୁ ଆହୁରି ସୁନ୍ଦର ସୁନ୍ଦର ଉଦ୍ୟାନ ସୃଷ୍ଟି କରିପାରିବେ। ନିଜ କର୍ମବ୍ୟସ୍ତତା ଭିତରେ କିଛି ସମୟ ବାହାର କରି ଏଭଳି ଏକ ଉଦ୍ୟାନ ପ୍ରତିଷ୍ଠା କରିବା କିଛି କମ କଥାନୁହେଁ। ପୁଣି ପୁଲିସ ଚାକିରି କରି ଏଭଳି କାର୍ଯ୍ୟ କରିବା ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe