ଗାଇସିଲେଟ ଥାନାଧିକାରୀଙ୍କୁ କୋର୍ଟଚାଲାଣ

ଗାଇସିଲେଟ ଥାନାଧିକାରୀଙ୍କୁ କୋର୍ଟଚାଲାଣ

Argus News

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଧିକାରୀ ବୀରବର ଭଗତଙ୍କୁ ଭିଜିଲାନ୍‌ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ନିଜ ଆୟର ୧୭୯% ସମ୍ପତ୍ତି ରଖିଥିବା ଶ୍ରୀ ଭଗତଙ୍କୁ ମଙ୍ଗଳବାର ସମ୍ବଲପୁରଠାରେ ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍‌ଙ୍କ ‌ଅଦାଲତରେ ହାଜର କରା ଯାଇଥିଲା। ଶ୍ରୀ ଭଗତ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଧାରା ୧୩(୨), ୧୩(୧)(ବି), ୧୨ ପିସି ସଂଶୋଧନ ଆଇନ୍ ୨୦୧୮ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର ୧୪ ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସୋମବାର ଭିଜିଲାନ୍‌ସର ଏକାଧିକ ଟିମ୍ ଶ୍ରୀ ଭଗତଙ୍କ ଘର ଓ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଯାଞ୍ଚ କରିଥିଲେ। ସମ୍ବଲପୁର ଅଇଁଠାପାଲି ଅନୁଗୁଳିଆପଡ଼ାଠାରେ ୭୭ ଲକ୍ଷ ଟଙ୍କା ମୂଲ୍ୟର ୨ ତାଲା ଘର, ସମ୍ବଲପୁର କବରାପାଲିଠାରେ ୨୧ ଲକ୍ଷ ଟଙ୍କା ମୂଲ୍ୟର ଫାର୍ମ ହାଉସ୍, ସମ୍ବଲପୁର ସହର ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇଠାରେ ୧.୧୧ କୋଟି ଟଙ୍କା ମୂଲ୍ୟର ଜମି, ୧୬.୬୮ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୬୬ ଗ୍ରାମ ସୁନା ଅଳଙ୍କାର, ୭୯,୪୬୦ ଟଙ୍କା ନଗଦ, ୧୩.୬୫ ଲକ୍ଷ ଟଙ୍କା ମୂଲ୍ୟର ୨ଟି ୪ ଚକିଆ, ୨ଟି ୨ ଚକିଆ ଯାନ ସମେତ ୯.୪୧ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ଘରକରଣା ସାମଗ୍ରୀ ମିଳିଥିଲା ବୋଲି ଭିଜିଲାନ୍‌ସ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe