ପଶ୍ଚିମବଙ୍ଗ ସୀମାରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା

Advertisment
ପଶ୍ଚିମବଙ୍ଗ ସୀମାରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଝିଲିକି ଗାଁର ଜଣେ ଓଡ଼ିଆ ଯବାନ ପଶ୍ଚିମବଙ୍ଗ ସୀମାରେ ଆତ୍ମହତ୍ୟା କରିଥିବା ବୁଧବାର ସୂଚନା ମିଳିଛି। ମୃତ ଯବାନ ଜଣକଙ୍କ ନାମ ସାଗର ଗୌଡ଼ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସାଗର ଗୌଡ଼ ସୀମାରେ ବିଏସ୍‌ଏଫ୍‌ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ସେ ପଶ୍ଚିମବଙ୍ଗ ସୀମା ପତିରାମ ଅଞ୍ଚଳରେ ଡିୟୁଟି କରୁଥିବା ସମୟରେ ଆକସ୍ମିକ ଭାବେ ରାତି ପ୍ରାୟ ୧୧.୫୫ ସମୟରେ ନିଜ ବନ୍ଧୁକରୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ଡିୟୁଟି କମାଣ୍ଡର ସୂଚନା ଦେଇଛନ୍ତି। ଗତକାଲି ରାତିରେ ପରିବାର ଲୋକଙ୍କୁ ଫୋନ ଯୋଗେ ସାଗର ଗୌଡ଼ ମୃତ୍ୟୁ ସମ୍ପର୍କରେ ଖବର ଦିଆଯାଇଥିଲା।

ତେବେ କେଉଁ କାରଣରୁ ସାଗର ଗୌଡ଼ ଆତ୍ମହତ୍ୟା କରିଛନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା। ତଦନ୍ତ ପରେ ହିଁ ଏହି ଆତ୍ମହତ୍ୟା ଘଟଣାର ସତ୍ୟତା ଜଣାପଡ଼ିବ । ଯବାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଓଡ଼ିଶାକୁ ପଠାଯିବ ବୋଲି ଡିସି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe