ଗଜପତି ଉତ୍ସବର ତୃତୀୟ ସନ୍ଧ୍ୟା: ଲୋକନୃତ୍ୟରେ ଲୋକେ ମତୁଆଲା

ଗଜପତି ଉତ୍ସବର ତୃତୀୟ ସନ୍ଧ୍ୟା: ଲୋକନୃତ୍ୟରେ ଲୋକେ ମତୁଆଲା

ପାରଳାଖେମୁଣ୍ଡି : ଗଜପତି ଉତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବ୍ରହ୍ମପୁର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ମନଲୋଭା ନୃତ୍ୟ ଜିଲ୍ଲାବାସୀଙ୍କୁ ମତୁଆଲା କରିଥିବା ବେଳେ କଳାହାଣ୍ଡି, ଜଗତସିଂହପୁର, ନବରଙ୍ଗପୁର କଳାକାରଙ୍କ ଲୋକନୃତ୍ୟ ଏବଂ  ସ୍ଥାନୀୟ କଳାକାରଙ୍କ ବିଭିନ୍ନ ନୃତ୍ୟ ଦର୍ଶକଙ୍କ ମନରେ ଉତ୍ସାହ ଭରି ଦେଇଥିଲା। ସବୁଠାରୁ ଆକର୍ଷଣୀୟ ହୋଇଥିଲା ପାରମ୍ପରିକ ଆଦିବାସୀ ଲାଞ୍ଜିଆ ସଉରା ନୃତ୍ୟ। ବିଳମ୍ବିତ ରାତି ଯାଏ ବିଭିନ୍ନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଦର୍ଶକ।

ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ସ୍ବାଧାଦେବ ସିଂ, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍‌, ବ୍ରହ୍ମପୁର ମହାନଗର ନିଗମ କମିସନର୍‌ ଜେ.ସୋନାଲ, ଏସ୍‌.ପି. ରାୟଗଡ଼ା ବିବେକାନନ୍ଦ ଶର୍ମା, ଏସ୍‌.ପି. ବ୍ରହ୍ମପୁର ଶରବଣା ବିବେକ ଏମ୍‌, ମୁଖ୍ୟ ବନଖଣ୍ଡ ଅଧିକାରୀ ବ୍ରହ୍ମପୁର ପ୍ରଶାନ୍ତ ମିଶ୍ର ଓ ଗଜପତି ଆରକ୍ଷୀ ଅଧୀକ୍ଷକ ଏସ୍‌. ସ୍ବାତୀ କୁମାର ପ୍ରମୁଖ ମଞ୍ଚାସୀନ ଥିଲେ। ରାଜ୍ୟ ସରକାର  ଯୁବକଯୁବତୀଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛନ୍ତି । ଏହାକୁ ବ୍ୟବହାର କରି ସ୍ବାବଲମ୍ବୀ ହେବା ସକାଶେ ଯୁବବର୍ଗ ଆଗେଇ ଆସନ୍ତୁ ‌ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ। ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ପଛୁଆ ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନ ଖୋଲାଯିବା ଦ୍ବାରା ସଭିଏଁ ଆଗକୁ ବଢ଼ିବାର ସୁଯୋଗ ପାଇଛନ୍ତି ବୋଲି ସେମାନେ କହିଥିଲେ। ଏହି ଅବସରରେ ପର୍ବତାରୋହୀ ଗଣେଶ ଜେନା, ଖେଳାଳି କିଶୋର ରଥ ଓ ପାରା ଆଥ୍‌ଲେଟ୍‌ ପୂଜା ଅଶ୍ବିନୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe