ପାରଳାଖେମୁଣ୍ଡି: ଜରୁରୀ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଅନେକ ଲୋକଙ୍କ ପ୍ରାଣ ରକ୍ଷା କରୁଥିବା ସମସ୍ତେ ଜାଣନ୍ତି। ହେଲେ, ସେହି କର୍ମଚାରୀମାନେ ନିଜେ ଏକ ଶିବିର ଆୟୋଜନ କରି ୪୦ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲା ରକ୍ତଭଣ୍ଡାରକୁ ପ୍ରଦାନ କରିବା ନିଶ୍ଚିତ ରୂପେ ଏକ ଉଦାହରଣ ସାଜିଛି।
ଗଜପତି ଜିଲ୍ଲାର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଓ ଡ୍ରାଇଭରମାନେ ମିଶି ଆଜି ସ୍ଥାନୀୟ ଜିଲ୍ଲା ଚିକିତ୍ସାଳୟ ପରିସରରେ ଏକ ସ୍ବତନ୍ତ୍ର ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏଥିରେ, ୫୬ ଜଣ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିବା ବେଳେ ୪୦ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରକୁ ରକ୍ତ ଭଣ୍ଡାର ଅଧିକାରୀ ଡା.ରାଜଲକ୍ଷ୍ମୀ ଏବ˚ ଶଶିଭୂଷଣ ବେହେରା ପରିଚାଳନା କରିଥିଲେ।
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହତପଣ:ଶିବିର କରି ୪୦ ୟୁନିଟ ରକ୍ତ ଦେଲେ
Advertisment
Follow Us