ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ୍

ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ୍

Photo: VCU News

ପାରଳାଖେମୁଣ୍ଡି : ବିଦ୍ୟାଳୟ ଖୋଲିବା ପରେ ଗଜପତି ଜିଲ୍ଲାକୁ ଲେଉଟିଛି କରୋନା। ସରକାରଙ୍କ ଏସ୍‌ଓପି ଅନୁସାରେ ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକଙ୍କ କୋଭିଡ୍‌ ଟେଷ୍ଟ୍‌ ବାଧ୍ୟତାମୂଳକ ଥିଲା। ଗଜପତି ଜିଲ୍ଲାରେ ଏକାଥରକେ ୨୬ ଜଣ ଶିକ୍ଷକ ଓ ୨ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଶିକ୍ଷକଙ୍କ ମଧ୍ୟରୁ ୨୧ ଜଣ କେବଳ ମୋହନା ବ୍ଲକ୍‌ର। ଏ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା.ପି.କେ.ପାତ୍ର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କୁ ମୋହନା ବ୍ଲକ୍ କାଳିଆପଟା କୋଭିଡ୍ କେୟାର୍ ସେଣ୍ଟର୍ ଓ ପାରଳାଖେମୁଣ୍ଡିସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି କୋଭିଡ୍‌ ଟେଷ୍ଟ୍‌ ବେଳେ ସେମାନଙ୍କ ଠାରେ ଲକ୍ଷଣ ଚିହ୍ନଟ ହୋଇଥିଲା। ଆଜି ରିପୋର୍ଟ ଆସିବା ପରେ ସେମାନେ ପଜିଟିଭ୍ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ଆଜିର ସଂଖ୍ୟାକୁ ମିଶାଇ ମୋଟ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷକ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଆଗକୁ କେଉଁ ପଦକ୍ଷେପ ନେବ ଏହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe