କେ.ସୀତାପୁର ଗୁଳିକାଣ୍ଡ : ୩ ଲକ୍ଷର ସୁପାରି, ୬ ଗିରଫ

Advertisment
କେ.ସୀତାପୁର ଗୁଳିକାଣ୍ଡ : ୩ ଲକ୍ଷର ସୁପାରି, ୬ ଗିରଫ

କାଶୀନଗର : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କେ.ସୀତାପୁର ବଜାରରେ ଗତ ୪ ତାରିଖ ରାତିରେ ଘଟିଥିବା ରାଧାକୃଷ୍ଣ କଳିଙ୍ଗଙ୍କୁ ଗୁଳି ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି ପୁଲିସ। ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୩ ବନ୍ଧୁକ, ୭୦ ହଜାର ଟଙ୍କା, ୨ଟି ବାଇକ୍‌ ଓ ୬ଟି ମୋବାଇଲ୍‌ ଜବତ ହୋଇଛି। ଅନ୍ୟତମ ଅଭିଯୁକ୍ତ ବ୍ରହ୍ମଜ୍ଞାନୀ ଗୌଡ଼ ଫେରାର ଥିବା ଗଜପତି ଏସ୍‌ପି ଅମୂଲ୍ୟ କୁମାର ଦାସ ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ପାଇଁ ଆନ୍ଧ୍ରର ଦୁଇ ଜଣ ସୁଟରଙ୍କ ସହ ୩ ଲକ୍ଷ ଟଙ୍କା ସୁପାରୀ ବଦଳରେ ଡିଲ୍‌ ହୋଇଥିଲା। ଅଗ୍ରୀମ ଏକ ଲକ୍ଷ ଦିଆ ଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍‌ ତିନି ଭାଗରେ ବିଭକ୍ତ ହୋଇ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ପାରଳାଖେମୁଣ୍ଡି ଥାନା ପରିସରରେ ଆଜି ଗଜପତି ଏସ୍‌ପି ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି। ଏହି ହତ୍ୟା ପଛରେ ପରକୀୟ ପ୍ରୀତି ଓ କାହ୍ନ ଗୌଡ଼ ହତ୍ୟାକାଣ୍ଡର ଲିଙ୍କ୍‌ ଥିବା ପ୍ରମାଣ ମିଳିଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe