୫ ନାବାଳକଙ୍କ ସମେତ ୮ବାଇକ ଲୁଟେରା ଗିରଫ:୭ ବାଇକ ଜବତ

୫ ନାବାଳକଙ୍କ ସମେତ ୮ବାଇକ ଲୁଟେରା ଗିରଫ:୭ ବାଇକ ଜବତ

ପାରଳାଖେମୁଣ୍ତି:  ୮ଜଣ ବାଇକ ଲୁଟେରା ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ନାବାଳକ ରହିଛନ୍ତି। ୫ଜଣଙ୍କ ନାମ ଗୋପନୀୟ ରହିଥିବା ବେଳେ ଅନ୍ୟମାନେ ହେଲେ - ପାରଳାଖେମୁଣ୍ତି ଜଙ୍ଗମ ସାହି ବାସିନ୍ଦା ସାଇ ପ୍ରସାଦ ପଟ୍ଟନାୟକ, ବାଟଗୌଡ଼ ସାହି ଷ୍ଟେଟବ୍ୟାଙ୍କ ରୋଡ଼ ବାସିନ୍ଦା ଗୋପୀନାଥ ନାୟକ, ଓଡ଼ିଆ ପାରଳା ସାହି ବାସିନ୍ଦା ବଳରାମ ପାଇକ ।
ଗତ କିଛି ଦିନ ହେଲା ପାରଳା ସହରର ବିଭନ୍ନ ଅଞ୍ଚଳରେ ମୋଟର ସାଇକଲ ଚୋରି ହୋଇ ଆସୁଛି। ଗତ ମାସ ୧୯ ତାରିଖ ଦିନ ମ‌େହନ୍ଦ୍ରତନୟା ନଦୀ ନିକଟରେ ରହୁଥିବା ତାରିଣୀ ବସନ୍ତ କୁମାରଙ୍କ ଏକ ହି‌େରା ପ୍ଲେଜର (ଓଆର ୨୦-୬୪୫୬) ଚୋରି ହୋଇଯାଇଥିଲା । ସେ ଡିସେମ୍ବର ୪ ତାରିଖରେ ପାରଳାଖେମୁଣ୍ତି ଥାନାରେ ଏତଲା ଦେଇଥିଲେ । ଏ ସମ୍ପର୍କରେ ପାରଳାଖେମୁଣ୍ତି ଥାନାରେ ୨୫୨/୧୨ରେ ଏକ ମାମଲା ରୁଜୁ କରାଯିବା ସହ ସହର ଏବ˚ ସହର ବାହାରେ ପାଟ୍ରୋଲି˚ କଡ଼ାକଡ଼ି କରଥିଲା ପାରଳା ପୁଲିସ ।
ଗତ ୬ ତାରିଖରେ ସ୍ଥାନୀୟ ଜଙ୍ଗମ ସାହି ଛକରେ ପୁଲିସ ପା‌ଟ୍ରୋଲି˚ ଚାଲିଥିବା ବେଳେ ୩ ଜଣ ଯୁବକ ଗୋଟିଏ ଗାଡ଼ିରେ ଓଭର ସ୍ପିଡରେ ଯାଉଥିଲେ। ତାଙ୍କୁ ଧରିଥିଲା ପୁଲିସ ଏବ˚ ଗାଡ଼ିର କାଗଜ ପତ୍ର ମାଗିବା ବେଳେ ଯୁବକମାନେ ମନା କରିବା ସହ ଗାଡ଼ିଟି ଚୋରା ଗାଡି ବୋଲି କହିଥିଲେ । ସନ୍ଦେହ‌େର ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରି ପାରଳାଖେମୁଣ୍ତି ଥାନାକୁ ଆଣି ପଚାରା ଉଚରା କରିବା ପରେ ସେମାନେ ସହରର ବିଭନ୍ନ ସ୍ଥାନରୁ ଗାଡ଼ି ଚୋରାଇ ଆଣିଥିବା କହିଥିଲେ । ଏ ସମ୍ପର୍କରେ ଅଧିକ ଖୋଳତାଡ ବେଳେ ଏହି ରୢାକେଟରେ ଥିବା ଅନ୍ୟ ସଦସ୍ୟମାନଙ୍କୁ ଧରିଥିଲା ପୋଲିସ ।
ଏହି ଘଟଣାରେ ୮ ଜଣକୁ ଗିରଫ କରାଯାଇଥିବା ବେଳେ ସେଥି ମଧ୍ୟରୁ ୫ ଜଣ ହେଉଛନ୍ତି ବାଇକ ଚୋର । ଅନ୍ୟ ୩ ଜଣ ସେମାନଙ୍କ ଠାରୁ ଏହାକୁ ଆଦାୟ କରୁଥିଲେ । ସେମାନଙ୍କ ଠାରୁ ମୋଟ ୮ଟି ଗାଡ଼ି ଜବତ କରାଯାଇଛି । ସେଗୁଡିକ ମଧ୍ୟରେ ଗୋଟିଏ ହିରୋ ପ୍ଲେଜର, ୨ଟି ଗ୍ଲାମର, ଗୋଟିଏ ବଜାଜ ପଲସର, ଗୋଟିଏ କେଟିଏମ୍। କେଟିଏମ ଡ୍ୟୁକଗାଡିଟି ଭୁବନେଶ୍ବରରୁ ଚୋରି ହୋଇଥିବା ବେଳେ ଅନ୍ୟ ସବୁ ଗାଡିକୁ ପାରଳାଖେମୁଣ୍ତି ସହରର ବିଭିନ୍ନ ଅଞ୍ଚଳରୁ ଚୋରି କରାଯାଇଥିବା ପୁଲିସ କହିଛି। ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ବାବୁଲି ନାୟକ, କେସ ଦାୟିତ୍ବରେ ଥିବା ଏସ.ଆଇ ନାରାୟଣ ଚନ୍ଦ୍ର ପତି, ସି.ଆର ପ୍ରଧାନ, ବନମାଳୀ ବାରିକ, ଭାସ୍କର ମଣିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe