ରାଇସିଂ ଘାଟି ରାସ୍ତାରେ ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍, ୧୦ ଆହତ

ବାଇକକୁ ଧକ୍କା ଦେଲା କାର୍, ଚାଲିଗଲା ମହିଳାଙ୍କ ଜୀବନ

ମୋହନା: ଗଜପତି ଜିଲ୍ଲା ରାଇସିଂ ଘାଟି ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଗଛରେ ପିଟି ହୋଇଥିଲା । ଏହାଫଳରେ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଣେ ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଯାତ୍ରୀବାହୀ ବସଟି କିଛି ଯାତ୍ରୀଙ୍କୁ ନେଇ ବ୍ରାହ୍ମଣୀଗାଁରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା। ରାଇସିଂ ଘାଟି ନିକଟରେ ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ସମେତ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe