ବାତ୍ୟା ପରେ ଖୋଲିଲା ସ୍କୁଲ:ବହୁ ଅନୁଷ୍ଠାନର ଛାତ ନଥିବାରୁ ପାଠପଢା ବାଧାପ୍ରାପ୍ତ

Advertisment
ବାତ୍ୟା ପରେ ଖୋଲିଲା ସ୍କୁଲ:ବହୁ ଅନୁଷ୍ଠାନର ଛାତ ନଥିବାରୁ ପାଠପଢା ବାଧାପ୍ରାପ୍ତ

କାଶୀନଗର: ତିତଲି ବାତ୍ୟାର ୧୫ ଦିନ ପରେ ଆଜି ବିଭିନ୍ନ ସ୍କୁଲ କଲେଜ ଖୋଲିିଛି। କେଉଁ ଶିକ୍ଷାନୁଷ୍ଠାନର ଛାତ ଉଡି ଯାଇଥିବା ବେଳେ ଆଉ କିଛି ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ବ୍ୟବସ୍ଥା ଉଜୁଡି ପଡିଥିବାରୁ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି।
କାଶୀନଗର ଶ୍ରୀରାମ ଡ଼ିଗ୍ରୀ କଲେଜର ଛାତ୍ରଛାତ୍ରୀ ସ˚ଖ୍ୟା ୯୮୦ ରହିଥିବା ବେଳେ ଏଠାରେ ଶ୍ରେଣୀ ଗୃହ ସ˚ଖ୍ୟା ରହିଥିଲା ୧୦ ା ବାତ୍ୟାରେ ଏହି ବିଦ୍ୟାଳୟର ୩ଟି ଶ୍ରେଣୀଗୃହର ଟିଣ ଉଡି ଯାଇଛି ଅସବାବ ପତ୍ର ନଷ୍ଟ ହୋଇଯାଇଛି। ତେଣୁ ଶିକ୍ଷାଦାଦ ଏକ ପ୍ରକାର ବାଧାପ୍ରାପ୍ତ ହୋଇଥିଲା ା ସେହିପରି ବାରାଣସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫ ଗୋଟି ଶ୍ରେଣୀଗୃହର ଛପର ଉଡିଯାଇଥିବା ବେଳେ ମାତ୍ର ୫ଟି ରୁମ୍‌ରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୨ ସେକ୍ସନର ୭୦୭ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ କିଭଳି କରାଯିବ, ତାହା ସହଜରେ ଅନୁମେୟ ା ବାତ୍ୟାରେ ପାଣିଟାଙ୍କି ଉଡି ଯାଇଥିବା ଏବ˚ ବିଦ୍ୟୁତ ସରାବରାହ ବିଛନ୍ନ ହୋଇଥିବା ଯୋଗୁଁ ଏହି ସ୍କୁଲରେ ପାନୀୟ ଜଳର ଘୋର ଅସୁବିଧା ଦେଖାଦେଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ମଧ୍ୟ ବାଧା ଉପୁଜିଛି। ପରିସରରେ ରହିଥିବା ଏକ ମାତ୍ର ନଳକୂପ ଉପରେ ସମସ୍ତଙ୍କୁ ନିର୍ଭର କରିବାକୁ ପଡ଼ିଛି। କେବଳ ଯେ ଏତିକି ନୁହେଁ, ଗତ ବାତ୍ୟାରେ ଅନ୍ୟ କିଛି କୋଠା ଗୃହ ଭଗ୍ନ ଅବସ୍ଥାରେ ରହିଥିବା ବେଳେ ଗଛ ଡ଼ାଳ ଭାଙ୍ଗି ଅର୍ଦ୍ଧ ଅବସ୍ଥାରେ ଝୁଲି ରହିଛି। କେତେବେଳେ ଯେ ଏହି ଛାତ୍ରଛାତ୍ରୀଙ୍କ ଉପରେ ଢ଼ଳି ପଡ଼ି ଅଘଟଣା ଘଟିବା ସମ୍ଭାବନା ରହିଛି। ଅବଶ୍ୟ ସେହି ସ୍ଥାନକୁ ଯିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ବାରଣ କରିଛନ୍ତି।
ପାର୍ତ୍ତଡା ପଞ୍ଚାୟତର ଆରିମ୍ବା ପ୍ରାଥମିକ ବିଦ୍ୟାଳୟ ସ˚ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହା ମରାମିତି କରିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ ବୋଲି ରିପୋର୍ଟ ମିଳିଛି। ସ୍କୁଲ ମେନେଜମେଣ୍ଟ କମିଟିର ଜଣେ ସଦସ୍ୟଙ୍କ ବାସ ଭବନରେ ଆଜି ଠାରୁ ଏହି ବିଦ୍ୟାଳୟରେ ରହିଥିବା ୧୭ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଆରମ୍ଭ କରାଯାଇଥିବା ଜଣା ପଡିଛି। ହାଇସ୍କୁଲ ପଡ଼ିଆ ମଧ୍ୟରେ ରହିଥିବା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପାଣି ଟ୍ୟାଙ୍କ ଉଡ଼ିଯାଇଥିବାରୁ କାର୍ଯ୍ୟରତ କର୍ମଚାରୀଙ୍କୁ ପାନୀୟ ଜଳର ସମସ୍ୟା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe