ଘାଟିରେ ଓଲଟିଲା ଯାତ୍ରୀବାହୀ ଅଟୋ: ୧୫ ଗୁରୁତର, ମୋହନା ଡାକ୍ତରଖାନାରେ ଭର୍ତ୍ତି

ଘାଟିରେ ଓଲଟିଲା ଯାତ୍ରୀବାହୀ ଅଟୋ: ୧୫ ଗୁରୁତର, ମୋହନା ଡାକ୍ତରଖାନାରେ ଭର୍ତ୍ତି

ମୋହନା: ଘାଟିରେ ଓଲଟିଲା ଯାତ୍ରୀବାହୀ ଅଟୋ। ଏହାଫଳରେ ଏହି ଅଟୋରେ ଥିବା ୧୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଗୋଛାଗୁଡା ଗାଁ ନିକଟସ୍ଥ ଘାଟିରେ। ଖବର ପାଇ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମୋହନା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଅଟୋ ଯାତ୍ରୀଙ୍କୁ ନେଇ ଗୋଛାଗୁଡାରୁ ଲୁହାଗୁଡ଼ି ସାପ୍ତାହିକ ହାଟକୁ ଯାଉଥିଲା। ଏହି ସମୟରେ ଘାଟିରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପ୍ରାୟ ୧୦ ଫୁଟ ତଳକୁ ଓଲଟି ପଡିଥିଲା। ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ  ୫ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ ବୋଲି ମୋହନା ମେଡିକାଲ ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe