Biju Janata Dal Odisha (BJD) | Political Party In Odisha
ଭୁବନେଶ୍ବର: ବିଜେଡିରେ ମିଶିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ଼ର ପଞ୍ଚାୟତ ପ୍ରତିନିଧି। ସେମାନେ ବିଜେପି ଓ କଂଗ୍ରେସ ଛାଡିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ରାଜୀବ ଦୋରା, ନିଖୀମା ରାଇତ, ଜୟସେନ ଦୋରା, ଜୋସେଫ ଗମାଙ୍ଗ, ଅବେନା ଗମାଙ୍ଗ, ସୁରତ ରଇତ, ରାଜେନ୍ଦ୍ର ଦଳବେହେରା, ରାଜେଶ ମଣ୍ଡଳ, ନନ୍ଦିନୀ ସାମଲ, ହରି ଚନ୍ଦ୍ର, ପଫୁଲ୍ଲ ରଇତ, ଆୟୁଷ୍ମାନ ପାରିଛା, ମୋହନ ଗୌଡ଼ଙ୍କ ସମେତ ଅନେକ ନେତା ବିଜେଡିରେ ଯୋଗ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ। ଏହି ଅବସରରେ ସସ୍ମିତ ପାତ୍ର କହିଛନ୍ତି, ଆଜି ଏକ ଶୁଭ ଦିନ ଯେ ମୋହନାର ଏତେ ନେତା ବିଜେଡିରେ ମିଶିଲେ। ଅତନୁ ସବ୍ୟସାଚୀ କହିଲେ ଯେ ରାଜୀବ ଦୋରା କଂଗ୍ରେସର ଟାଣୁଆ ନେତା ଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ସେମାନେ ସାମିଲ ହେଲେ। ଶତାଧିକ ମୋହନା କର୍ମୀ ବି ସାମିଲ ହୋଇଛନ୍ତି। ଏହାଦ୍ବାରା ମୋହନା ଓ ଗଜପତି ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ପାଇବ। ରାଜୀବ ଦୋରା କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାମ ଯୋଗୁଁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲୁ।
Follow Us