ତୁଆଗୁଡ଼ା ଘାଟିରୁ ୨୦୦ ଫୁଟ ତଳକୁ ଖସିଲା ବୋଲେରୋ, ବିଦ୍ୟୁତ ବିଭାଗର ୭ କର୍ମଚାରୀ ଆହତ

ତୁଆଗୁଡ଼ା ଘାଟିରୁ ୨୦୦ ଫୁଟ ତଳକୁ ଖସିଲା ବୋଲେରୋ, ବିଦ୍ୟୁତ ବିଭାଗର ୭ କର୍ମଚାରୀ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅଡବା ଥାନା କଟାମା ତୁଆଗୁଡ଼ା ଘାଟିରୁ ୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ବୋଲେରୋ। ସୂଚନା ମୁତାବକ ଗାଡ଼ିରେ ବସିଥ‌ିବା ୭ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତ କର୍ମଚାରୀଙ୍କୁ ଉଦ୍ଧାର କରି ମୋହ‌ନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ଆକାଶ ନାୟକ (୨୧), ନିଳାଚଳ ପରିଡ଼ା (୨୨), ସିପନ ପ୍ରଧାନ (୨୪), ଶିବ ପାତ୍ର (୨୭) ଶଙ୍କର ରେଡ୍ଡୀ (୩୮), ବାବୁଲା ବିଶୋୟୀ ଓ ସିସି ମଲ୍ଲିକ।

୩ ଦିନ ତଳେ ତୁଆଗୁଡ଼ା ଗାଁରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଥିଲା। ଏହାକୁ ସଜାଡ଼ିବା ପାଇଁ ଅଡବା ବିଦ୍ୟୁତ ସବ୍‌ଷ୍ଟେସନର ୭ ଜଣ କର୍ମଚାରୀ ବୋଲେରୋରେ ଯାଇଥିଲେ। କାମ ସାରି ଅଡବା ଫେରୁଥିବା ବେଳେ ରାତି ପ୍ରାୟ ସାଢେ ୯ଟା ବେଳେ ତୁଆଗୁଡା ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ଗାଡ଼ିଟି ଘାଟିର ୨୦୦ ଫୁଟ ତଳକୁ ଖସି ପଡିଥିଲା।
ଗ୍ରାମବାସୀ ଓ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ମୋହନା ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe