ଗଜପତି: ସଡ଼କ ଦୁର୍ଘଟଣା ଘଟି ଜଣେ ମୃତ, ଜଣେ ଆହତ

Advertisment
ଗଜପତି: ସଡ଼କ ଦୁର୍ଘଟଣା ଘଟି ଜଣେ ମୃତ, ଜଣେ ଆହତ

ଗଜପତି: ଶନିବାର ପାହାନ୍ତାରେ ରାୟଗଡ଼ା-ବ୍ରହ୍ମପୁର ରାସ୍ତାର ଗୁମୁଡ଼ା ଠାରେ ଗୋଟାଏ କାର୍‌ ରାସ୍ତା ପାଖରେ ଥିବା ଗୋଟାଏ ଗଛରେ ଧକ୍କା ଖାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ରାୟଗଡ଼ାର ବିଶିଷ୍ଟ ଠିକାଦାର ମଧୁ ସାହୁ। ଆହତ ବ୍ୟକ୍ତିଜଣକ ତାଙ୍କ କାର୍‌ ଡ୍ରାଇଭର୍‌।

ଗତ ରାତିରେ ଶ୍ରୀ ସାହୁ କାର୍‌ ଯୋଗେ ବ୍ରହ୍ମପୁରରୁ ରାୟଗଡ଼ା ଫେରୁଥିବା ବେଳେ ରାତି ପ୍ରାୟ ୩ଟାରୁ ୪ଟା ମଧ୍ୟରେ କୌଣସି କାରଣରୁ ତାଙ୍କ କାର୍‌ଟି ରାସ୍ତା ପାର୍ଶ୍ୱରେ ଥିବା ଗୋଟାଏ ଗଛରେ ଧକ୍କା ଖାଇଥିଲା। ଫଳରେ ୬୨ ବର୍ଷିୟ ସାହୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ମର ଶରୀର ବର୍ତ୍ତମାନ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe