ଗଜପତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ଓ ଗୁରାଣ୍ଡି ଗ୍ରାମ ଚାଷୀଙ୍କୁ ଭେଟି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ସଂପର୍କରେ ଆଲୋଚନା କରିଛନ୍ତି।

ପାରଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ଓ ଗୁରାଣ୍ଡି ଗ୍ରାମ ଚାଷୀଙ୍କୁ ଭେଟି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ସଂପର୍କରେ ଆଲୋଚନା କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି। ଫସଲ ବୀମା ଯୋଜନାରେ ଲୋକମାନଙ୍କୁ ପଞ୍ଜୀକରଣ କରିବା ପାଇଁ ଅନୁରୋଧ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ଡିସେମ୍ବର ୩୧, ଜାନୁଆରି ୧ରେ କେବଳ ସିଂହଦ୍ବାର ଦେଇ ଭକ୍ତଙ୍କ ପ୍ରବେଶକୁ ଅନୁମତି

ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ତଥ୍ୟ ପଞ୍ଚାୟତ, ବ୍ଲକ୍, ଜିଲ୍ଲା କୃଷି ଅଧିକାରୀ, ତହସିଲଦାର, ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଫସଲ ନଷ୍ଟ ବିଷୟରେ ଦରଖାସ୍ତ କରିପାରିବେ ଏବଂ କୃଷି ରକ୍ଷକ ପୋର୍ଟାଲରେ କ୍ଷୟ କ୍ଷତି ପଞ୍ଜୀକରଣ କରିବା ପାଇଁ ଚାଷୀମାନଙ୍କୁ ଅନୁରୋଧ କରିଥିଲେ। ସରକାର ଲୋକମାନଙ୍କ ସହିତ ରହିଛନ୍ତି ସବୁବେଳେ ଲୋକମାନଙ୍କୁ ସହଯୋଗ କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। 

ଏହି ଖବର ପଢ଼ନ୍ତୁ: ଓଡ଼ିଶାରୁ ଖସିଯାଇଥିଲା ଜୀନତ, ପଶ୍ଚିମବଙ୍ଗରେ ଜନ୍ତାରେ ଫସିଲା ବାଘୁଣୀ

publive-image

ଗୋଷାଣୀ ବ୍ଲକର ଲିଙ୍ଗିପୁର, ଗୁରାଣ୍ଡି ଆଦି ଅଞ୍ଚଳରେ ଅଦିନିଆ ବର୍ଷାରେ ନଷ୍ଟ ହୋଇ ଗଜା ମାରିଥିବା ଧାନକୁ ଦେଖିବା ସହ ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ।

ଏହି ଖବର ପଢ଼ନ୍ତୁ: ୪୫ ଦିନ ଭିତରେ ଓସିଏକୁ ମିଳିବ ନୂଆ ସଭାପତି: ସଂଜୟ ବେହେରା

ମନ୍ତ୍ରୀଙ୍କ ଗସ୍ଥ ବେଳେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଅଦିନିଆ ବର୍ଷାରେ ଚାଷୀମାନଙ୍କ ବର୍ଷକର ଫସଲ ନଷ୍ଟ ହୋଇଛି। ତେଣୁ ଏହି ଚାଷୀମାନଙ୍କୁ ଯଥା ଶୀଘ୍ର ସହାୟତା ଯୋଗାଇ ଦେବାପାଇଁ କହିଥିଲେ। ମୋହନା ବିଧାୟକ ଦାଶରଥି ଗମାଙ୍ଗ ମଧ୍ୟ ଜିଲ୍ଲାର ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ଜିଲ୍ଲାପାଳ ବିଜୟ କୁମାର ଦାଶ, ଆରକ୍ଷୀ ଅଧିକ୍ଷକ ଜ୍ୟୋତିନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ଡ଼.ଗୁଣନିଧି ନାୟକ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ଖବର ପଢ଼ନ୍ତୁ: 'ଦୁଃଖ ଲାଗୁଛି ଯେ ମନମୋହନଙ୍କ ମୃତ୍ୟୁ ପରେ ବି ଝଗଡା ଲାଗୁଛନ୍ତି'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe