କାଶୀନଗର ବଂଶଧାରା ନଦୀର ଜଳସ୍ତର ଅନୁଧ୍ୟାନ କଲେ ଜିଲ୍ଲପାଳ

କାଶୀନଗର ତଥା ଏହାର ଆଖପାଖ ଅଞ୍ଚଳରେ ଗତ ଦୁଇ ତିନି ଦିନ ହେଲା ହୋଇଥିବା ଲଘୁଚାପ ଜନୀତ ଲଗାଣ ବର୍ଷା (ପ୍ରାୟ ୬୯.୩ ମିଲିମିଟର) ହେତୁ ବଂଶଧାରା ନଦୀର ଜଳସ୍ତର ବିପଦ ସଂକେତ ନିକଟତର ହେଉଛି।

New Project (26)

କାଶୀନଗର: ଗଜପତି ଜିଲ୍ଲାର କାଶୀନଗର ତଥା ଏହାର ଆଖପାଖ ଅଞ୍ଚଳରେ ଗତ ଦୁଇ ତିନି ଦିନ ହେଲା ହୋଇଥିବା ଲଘୁଚାପ ଜନୀତ ଲଗାଣ ବର୍ଷା (ପ୍ରାୟ ୬୯.୩ ମିଲିମିଟର) ହେତୁ ବଂଶଧାରା ନଦୀର ଜଳସ୍ତର ବିପଦ ସଂକେତ ନିକଟତର ହେଉଛି। ଏ ସଂପର୍କରେ ସୂଚନା ପାଇ ଜିଲ୍ଲାପାଳ ମଧୁମିତା ହଠାତ କାଶୀନଗର ଗସ୍ତ କରି କାଶୀନଗର ଓ କୀଡୀଗାଁ ମଧ୍ୟରେ ଥିବା ବଂଶଧାରା ନଦୀ ପାର୍ଶ୍ଵ ତଟକୁ ଯାଇ ଜଳ ସ୍ତର ଅନୁଧ୍ୟାନ କରିଛନ୍ତି। ତାହା ସହ ସ୍ଥାନୀୟ ତହସିଲଦାର ସୁଧୀର କୁମାର ନନ୍ଦ ଓ ବିଡିଓ ଡମ୍ବୁରଧର ମଲ୍ଲିକଙ୍କ ସହ ଅଧିକା ବର୍ଷା ହେଲେ କ’ଣ ସବୁ ପଦକ୍ଷେପ ନିଆଯିବ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

ଏହା ପରେ ଗରିବନ୍ଧା ପଂଚାୟତ ଅଧୀନରେ ଥିବା ଭୂପତି ଲକ୍ଷ୍ମୀପୁର ଗ୍ରାମରେ ଥିବା ବହୁମୁଖୀ ଆଶ୍ରୟସ୍ଥଳ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରି ବିଡ଼ିଓଙ୍କୁ ଆବଶ୍ୟକୀୟ ସାମଗ୍ରୀ ସବୁ ମହଜୁଦ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡାଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାପରେ ଉପଜିଲ୍ଲାପାଳ ପଣ୍ଡା ବଂଶଧାରା ନଦୀର ଉପର ମୁଣ୍ଡରେ ଥିବା ଗ୍ରାମ ପାଲସିଂ, ସାରା, ବାଡ଼ୀଗାଁ ଓ ବୁଦୁରା ଗସ୍ତ କରି ସେଠାକାର ଜଳ ସ୍ତର ଅନୁଧ୍ୟାନ କରି ଫେରି ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe