Paddy: ଚାଷୀଙ୍କ ଜିଦ୍ ମଣ୍ଡିରେ ଧାନ କ୍ରୟ କରାଯାଉ

Advertisment

Coordination meeting held in Gajapati district over paddy procurement issues. Decision taken to limit paddy deduction to 2 kg per quintal and ensure timely payment to farmers.

Coordination meeting held in Gajapati district over paddy procurement issues. Decision taken to limit paddy deduction to 2 kg per quintal and ensure timely payment to farmers.

5599a9ab-cd56-4420-a20f-1392b124af66

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲାରେ ଧାନ କିଣା ବିଭ୍ରାଟକୁ ନେଇ ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ ପରେ ଆଜି ପ୍ରଶାସନ, ମିଲର, ଚାଷୀ, ଚାଷୀ ନେତା ଓ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ସମ୍ମନ୍ବୟ ବୈଠକ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହନନଗା, ଉପଜିଲ୍ଲାପାଳ ଅନୁପ ପଣ୍ଡା ଯୋଗଦେଇଥିଲେ।

ବୈଠକରେ ଚାଷୀ ନିଜ ନିଜର ସମସ୍ୟା ସମ୍ପର୍କରେ ଦାବି ରଖିଥିବା ବେଳେ ମିଲର, ଚାଷୀ ଓ ସୋସାଇଟି ସମ୍ପାଦକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମୁଖ୍ୟତଃ ଚାଷୀମାନେ ମିଲରଙ୍କ ମନମାନି ଯଥା କୁଈଣ୍ଟାଲ ପିଛା ୫ରୁ ୬ କିଲୋ ପର୍ଯ୍ୟନ୍ତ କଟଣି ଏବଂ ଅଖା ସହ ପରିବହନ ବାବଦକୁ ଦିଆଯାଉଥିବା  ଟଙ୍କା କିଏ ଖାଉଛି ତାର ହିସାବ ଦିଅନ୍ତୁ ବୋଲି ଚାଷୀ ମାନେ ହୋହଲ୍ଲା କରିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ଚାଷୀମାନଙ୍କ ସହମତିରେ କୁଇଣ୍ଟାଲ ପିଛା ସର୍ବାଧିକ ଦୁଇକିଲୋ କାଟ ପାଇଁ ନିଷ୍ପତ୍ତି ହୋଇଥିଲା। ସେହିଭଳି ଅଖା ବାବଦରେ ସରକାର ଦୁଇବର୍ଷ ହେଲା ଅନୁଦାନ ପ୍ରଦାନ କରିନଥିବା ମିଲର ସଂଘ ଉତ୍ତର ରଖିବା ସହ ପରିବହନ ଖର୍ଚ୍ଚ ଆମେ କାହିଁକି ଦେବୁ ଚାଷୀ ମଣ୍ଡିରେ ଧାନ ବିକ୍ରି କରନ୍ତୁ ବୋଲି କହିଥିଲେ। ଶେଷରେ ମିଲରଙ୍କ ପାଖକୁ ନେଇ ଧାନ ଦେବାକୁ ଚାହୁଁ ନଥିବା ଚାଷୀ ମଣ୍ଡିରେ ହିଁ ଦେବୁ କିନ୍ତୁ ସମୟ ଅନୁସାରେ ଆକାଉଣ୍ଟ କୁ ଟଙ୍କା ଆସିବା ଦରକାର ବୋଲି କହିଥିଲେ। କିନ୍ତୁ ମଣ୍ଡିରେ ମଧ୍ୟ ଧାନ ଏଫଏକ୍ୟୁ ମାନର ନଥିବା ଦର୍ଶାଇ ହଇରାଣ କରାଯାଉଛି, ମଣ୍ଡିରେ ଧାନ ରଖିବାକୁ ଅବଶ୍ୟକ ସ୍ଥାନ ନଥିବା ଚାଷୀମାନେ ଅଭିଯୋଗ କରିଥିଲେ।  

ଆହୁରି ପଢ଼ନ୍ତୁ: Naxal Surrender: ୪ ନକ୍ସଲଙ୍କ ଆତ୍ମସମର୍ପଣ

ତେବେ ଏନେଇ ଉପଜିଲ୍ଲାପାଳ ଅନୁପ ପଣ୍ଡା କହିଥିଲେ ଯେ ଚଳିତ ବର୍ଷ ଭଲ ଧାନ ହୋଇଛି ଅଧିକାଂଶ ଧାନ ଏଫଏକ୍ୟୁ ମାନର ରହିଛି ସେଥିରେ କିଛି ସମସ୍ୟା ନାହିଁ। ବର୍ତ୍ତମାନ ସୁରୁଖୁରୁରେ ଧାନ କିଣା ପ୍ରକିୟା ଜାରି ରହିଥିବା ବେଳେ ୬ ହଜାର ଚାଷୀଙ୍କ ଠାରୁ ୩ ଲକ୍ଷ କୁଇଣ୍ଟାଲ ଧାନ କିଣା ସରିଛି। ଏଥି ମଧ୍ୟରୁ ୫୬୦୦ ଚାଷୀ ତାଙ୍କ ଟଙ୍କା ପାଇସାରିଛନ୍ତି।

ଆହୁରି ପଢ଼ନ୍ତୁ: ବିଷମକଟକରେ ଗଳା କାଟି ହତ୍ୟା

ଆଜିର ବୈଠକରେ ବିନା କଟଣି  ଛଟଣି ରେ ଧାନ କ୍ରୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯାହା ସରକାରଙ୍କ ନିୟମ ରହିଛି ତାକୁପାଳନ କରାଯିବ। ଆଜିର ସମ୍ମନୟ ବୈଠକରେ ଜିଲ୍ଲାର ଗୋଷାଣି ଓ କାଶୀନଗର ବ୍ଲକ୍କର ବହୁ ଚାଷୀଙ୍କ ସହ ଚାଷୀ ନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ, ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ରଞ୍ଜିତ ପଟ୍ଟନାୟକ, ଜିଲ୍ଲାପରିଷଦ ସଦସ୍ୟ ଏସ୍. ବାଲାରାଜୁ, ଗଣେଶ ବେହେରା, ଟି.ତିରୁପତି ରାଓ,  ପ୍ରକାଶ ପ୍ରଧାନ, ପି.ତିରୁପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe