ସାଇବର୍ ଠକେଇ, ଯୁବକଙ୍କ ଆକାଉଣ୍ଟ୍‌ରୁ ୧୫ହଜାର ଗାଏବ୍

ହ୍ୟାକ୍‌ରଙ୍କ ମୁକାବିଲା ପାଇଁ ସାଇବର କମାଣ୍ଡୋ: ଦେଶରୁ ୩୪୬, ଓଡିଶାରୁ ୭ ମନୋନୀତ

Image Courtesy of Business Standard

ରା.ଉଦୟଗିରି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ମଣ୍ଡଳସାହି ଅଞ୍ଚଳର ଜଣେ ଯୁବକ ସାଇବର୍ ଠକେଇର ଶିକାର ହୋଇ ୧୫ ହଜାର ଟଙ୍କା ହରାଇଛନ୍ତି। ତାଙ୍କ କହିବାନୁଯାୟୀ, ସେ କିଛିଦିନ ତଳେ ଫୋନ୍‌ ପେ’ ଆପ୍‌ ଖୋଲିଥିଲେ। ହେଲେ ସକ୍ରିୟ ନଥିବାରୁ ଆପ୍‌ଟି କାମ କରୁ ନଥିଲା। ଏହାକୁ ସଚଳ କରିବା ପାଇଁ ଯୁବକଜଣକ  ଫୋନ୍‌ ପେ’ ଗ୍ରାହକ ସେବାକେନ୍ଦ୍ରକୁ କଲ୍‌ କରିଥିଲେ। କିନ୍ତୁ କୌଣସି ଉତ୍ତର ମିଳି ନଥିଲା। ତେବେ କିଛି ସମୟ ପରେ ଏକ ଫୋନ୍‌କଲ୍‌ ଆସିଲା। ଫୋନ୍‌ ପେ’ ଗ୍ରାହକ ସେବାକେନ୍ଦ୍ରରୁ କହୁଥିବା ଜଣେ ବ୍ୟକ୍ତି ନିଜର ପରିଚୟ ଦେଇ ଯୁବକଙ୍କ ଠାରୁ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ସହ ସମସ୍ତ ତଥ୍ୟ ନେଇ ଯାଇଥିଲେ। ତା’ପରେ ଏକ ଓଟିପି ସେୟାର୍‌ କରିବା ପରେ ଯୁବକଙ୍କ ଆକାଉଣ୍ଟ୍‌ରେ ଥିବା ୧୫ହଜାର ଟଙ୍କା କଟିଯାଇଥିଲା।

ଏହାର ୧୫ ମିନିଟ ଭିତରେ ଯୁବକଜଣକ ଜିଲ୍ଲା ସାଇବର୍ ସେଲକୁ ଫୋନ୍‌ କରିବା ପରେ ଥାନାକୁ ଯାଇ ଅଭିଯୋଗ କର ବୋଲି ପରାମର୍ଶ ମିଳିଥିଲା। ସାଇବର୍‌ ସେଲ୍‌ ପକ୍ଷରୁ ଏଭଳି ଉତ୍ତର ଶୁଣି ଯୁବକ ଜଣକ ନିରବ ରହିଥିଲେ। ସାଇବର୍‌ ଠକେଇ ସଂକ୍ରାନ୍ତରେ ଅଭିଯୋଗ ପାଇଁ ଜାତୀୟସ୍ତରରେ ଏକ ଚାରିଟିକିଆ ହେଲ୍‌ପଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ଠକେଇ ହେବାର ନିର୍ଦ୍ଦିଷ୍ଟ କିଛି ସମୟ ମଧ୍ୟରେ ଫୋନ୍‌ କଲେ ସହାୟତା ମିଳିବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି। କିନ୍ତୁ ଜିଲ୍ଲା ସାଇବର୍‌ ସେଲ୍‌ରୁ କୌଣସି ସହାୟତା ମିଳି ନଥିଲା ବୋଲି ଯୁବକଜଣକ ଅଭିଯୋଗ କରିଛନ୍ତି।

ଅନଲାଇନ ଠକେଇରୁ ବର୍ତ୍ତିବା ତଥା ଏଭଳି ଠକେଇ ପରିମାଣ କମ୍‌ କରିବା ପାଇଁ ପୁଲିସ ବିଭାଗରେ ସାଇବର ସେଲ୍‌ ଖୋଲାଯାଇଛି। ଠକେଇର ଶିକାର ଜନସାଧାରଣଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ସହ ତ୍ୱରିତ ସହାୟତା ପ୍ରଦାନ ପାଇଁ ପୁଲିସ ଉଦ୍ୟମ କରୁଛି ବୋଲି କୁହାଯାଉଛି। ତେବେ ଗଜପତି ଜିଲ୍ଲାରେ ସେଭଳି ସହଯୋଗ ମିଳୁନାହିଁ। ପୁଲିସ କେବଳ ସଚେତନ କରି କାମ ସାରିଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe