ଝୁଲନ୍ତା ଅବସ୍ଥାରେ ଶ୍ରେଣୀ କକ୍ଷରେ ନର୍ସିଂ ଛାତ୍ରୀଙ୍କ ମୃତଦେହ ଠାବ

Advertisment
ଝୁଲନ୍ତା ଅବସ୍ଥାରେ ଶ୍ରେଣୀ କକ୍ଷରେ ନର୍ସିଂ ଛାତ୍ରୀଙ୍କ ମୃତଦେହ ଠାବ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରାଣିପେଣ୍ଠସ୍ଥିତ ଗଜପତି ନର୍ସିଂ କଲେଜରେ ପ୍ରଥମ ବର୍ଷ ନର୍ସିଂ ଛାତ୍ରୀଙ୍କ ଶ୍ରେଣୀ କକ୍ଷ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି। ଛାତ୍ରୀଜଣଙ୍କର ମୃତ୍ୟୁଜନିତ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିନଥିଲା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ ଛାତ୍ରୀଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗୋପାଳପୁର ଗ୍ରାମର ଅଖେଳା ବେହେରା । ସେ ବିଏସସି ନସିଂ ପ୍ରଥମ ବର୍ଷରେ ପଢୁଥିଲେ। ବର୍ତ୍ତମାନ ଘଟଣା ସ୍ଥଳରେ ଅନୁସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe