ଏନଏସି ଘୋଷଣା ଦାବି: ୧୨ ଘଣ୍ଟିଆ ମୋହନା ବନ୍ଦ

ଏନଏସି ଘୋଷଣା ଦାବି: ୧୨ ଘଣ୍ଟିଆ ମୋହନା ବନ୍ଦ

ମୋହନା: ପୁଣି ତେଜିଲା ଏନଏସି ମାନ୍ୟତା ଦାବି। ଗଜପତି ଜିଲ୍ଲା ମୋହନାକୁ ଏନଏସି ଘୋଷଣା ଦାବିରେ ଆଜି ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୋହନାରେ ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦ ଡାକରା ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବ୍ରହ୍ମପୁରରୁ ରାୟଗଡ଼ାକୁ ଯାତାୟତ ମଧ୍ୟ ଠପ୍ ହୋଇଯାଇଛି।

ପ୍ରଥମ ପର୍ଯ୍ୟାୟରେ ୩୫ଟି ନୂଆ ଏନଏସି ଘୋଷଣା ପରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା । ଏହାପରେ ଆଉ ୨୨ଟି ସ୍ଥାନକୁ ଏନଏସି ମାନ୍ୟତା ଦେଇଥିଲେ ରାଜ୍ୟ ସରକାର। ତେବେ ଏହି ତାଲିକାରୁ ମୋହନା ବାଦ ପଡ଼ିଥିବାରୁ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe