କାମ୍ପ ସମ୍ପ୍ରଦାୟର ଲୋକଙ୍କୁ ଓବିସି ମାନ୍ୟତା ଦାବି: ଭୁବନେଶ୍ୱର ଗସ୍ତରେ ପ୍ରତିନିଧି ଦଳ

କାମ୍ପ ସମ୍ପ୍ରଦାୟର ଲୋକଙ୍କୁ ଓବିସି ମାନ୍ୟତା ଦାବି:  ଭୁବନେଶ୍ୱର ଗସ୍ତରେ ପ୍ରତିନିଧି ଦଳ

ପାରଳାଖେମୁଣ୍ଡି: ତେଲୁଗୁ ଭାଷୀ କାମ୍ପ ସମ୍ପ୍ରଦାୟଙ୍କୁ ପଛୁଆ ବର୍ଗର ମାନ୍ୟତା (ଓବିସି) ଦାବି କରି ଗଜପତି ଜିଲ୍ଲାର ୧୨୦ରୁ ଅଧିକ ପ୍ରମୁଖ ରାଜନୈତିକ ଓ ଅଣ ରାଜନୈତିକ ବ୍ୟକ୍ତି ଭୁବନେଶ୍ୱରରେ କିଛି ପ୍ରମୁଖ ନେତା ଏବଂ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏମାନଙ୍କର ନେତୃତ୍ବ ନେଇଥିଲେ ଡ଼ ତିରୁପତି ପାଣିଗ୍ରାହୀ ଏବଂ ଇଂ ରୂପେଶ ପାଣିଗ୍ରାହୀ। ଏହି ପ୍ରତିନିଧି ଦଳରେ ଯାଇଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଜିଲ୍ଲା ପରିଷଦ ସଦସ୍ୟ ଏସ. ବାଲାରାଜୁ, ଏସ. ଗକପିତି ରାଓ ଏବଂ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ. ଭିରରଜୁ , କାଶୀନଗର ବ୍ଲକ ଅଧ୍ୟକ୍ଷା ଡି. ସାୟ ଆମ୍ମା ପ୍ରମୁଖ। ଜି. ତିରୁପତି ରାଓ ଦେଇଥିବା

ସୂଚନା ମୁତାବକ ଏମାନେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କୁ ସାକ୍ଷାତ କରି ଏମାନଙ୍କ ଏହି ଦାବି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦକ୍ଷିଣ ଓଡ଼ିଶାରେ ବିଶେଷ କରି ଗଜପତି, ରାୟଗଡ଼ା  ଏବଂ କୋରାପୁଟରେ ୮୦ହଜାରରୁ ଅଧିକ କାମ୍ପ ସମ୍ପ୍ରଦାୟର ଲୋକେ ରହୁଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ସାଧାରଣ ଏବଂ ଗରିବ ଶ୍ରେଣୀର। କାମ୍ପ ସମ୍ପ୍ରଦାୟର ଲୋକେ ଓଡ଼ିଶାରେ ବିଗତ ୭୦ ରୁ ୮୦ବର୍ଷ ହେଲା ରହୁଥିବା ସତ୍ତ୍ବେ ଏମାନଙ୍କର ପିଲାମାନଙ୍କର ପାଠପଢ଼ା ପରେ ଚାକିରି କ୍ଷେତ୍ରରେ ପଛୁଆ ବର୍ଗର ମାନ୍ୟତାର ଆବଶ୍ୟକତା ରହିଛି। ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ଏହି ସଂରକ୍ଷଣର ଆବଶ୍ୟକତା ରହିଥିବା କଥା ସରକାରଙ୍କୁ ଏମାନେ ଅବଗତ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe