Elephant Damage Crop: ଫସଲ ନଷ୍ଟ କଲେ ହାତୀପଲ

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖଣ୍ଡାବା ପଞ୍ଚାୟତ ଅଧୀନରେ ଥୁବା ଗୌରୀଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚାରିଟିକିଆ ହାତୀପଲ ଦୁଇ ତିନି ଦିନ ହେଲା ପଶି ଫସଲ ହାନୀ କରିବା ସହ ଉପଦ୍ରଵ କରୁଥିବାରୁ ଜନସାଧାରଣ ଅତିଷ୍ଠ ହୋଇ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

Elephant

Elephants damage crop. Photograph: (sambad.in)

କାଶୀନଗର: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖଣ୍ଡାବା ପଞ୍ଚାୟତ ଅଧୀନରେ ଥୁବା ଗୌରୀଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚାରିଟିକିଆ ହାତୀପଲ ଦୁଇ ତିନି ଦିନ ହେଲା ପଶି ଫସଲ ହାନୀ କରିବା ସହ ଉପଦ୍ରଵ କରୁଥିବାରୁ ଜନସାଧାରଣ ଅତିଷ୍ଠ ହୋଇ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ସ୍ଥାନୀୟ ରେଞ୍ଜେର ପ୍ରଦୀପ କୁମାର ଆଚାର୍ଯ୍ୟ ଓ ତାଙ୍କ ହାତୀ ସୁରକ୍ଷା ବାହିନୀ ଫୋରେଷ୍ଟର ବଳରାମ ଶବର, ପ୍ରମିତା ଜେନା ଓ ଦୁର୍ଯ୍ୟୋଧନ ଜେନାଙ୍କ ସହ ଜୟଦେବ ସାହୁ, ପୂର୍ଣ୍ଣିମା ବେହେରା ଓ ସାଗରିକାଙ୍କ ସହ ହାତୀ ଉପଦ୍ରବ କରୁଥିବା ସ୍ଥାନରେ ସଜାଗ ରହିଛନ୍ତି। ଗ୍ରାମବାସୀମାନଙ୍କୁ ସଜାଗ ରହିବା ପାଇଁ ବିଭାଗୀୟ ଅଧିକାରୀମାନେ ସଚେତନ କରିଛନ୍ତି।

ହାତୀପଲ ପାଞ୍ଚ ଜଣ ଚାଷୀଙ୍କ ଧାନ ଖେତ ନଷ୍ଟ କରିଥିବା ଖବର ପାଇ ଘଟଣା ସ୍ଥଳକୁ ଏ.ସି.ଏଫ ଓ ସାଇନ ଶ୍ରୀ ଦାସ ପହଂଚି ବିହୀତ ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେଇଥିଲେ। ଏହି ସମୟରେ ଖଣ୍ଡାବା ସମିତି ସଭ୍ୟ ଜଗନ୍ନାଥ ଦୋରା ଉପସ୍ଥିତ ରହି ହାତୀମାନଙ୍କୁ ତୁରନ୍ତ ଘଉଡ଼ାଇବା ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।

Elephant | Gajapati

ରିପୋର୍ଟ: ଆନନ୍ଦ ପାତ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe