ଗଜପତି: ଟିକେଟ୍‌ ନମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ କେ ନାରାୟଣ ରାଓ

Advertisment
ଗଜପତି: ଟିକେଟ୍‌ ନମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ କେ ନାରାୟଣ ରାଓ

ପାରଳାଖେମୁଣ୍ଡି: ଟିକେଟ୍‌ ନମିଳିବାରୁ ମଙ୍ଗଳବାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କୋଦୁରୁ ନାରାୟଣ ରାଓ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳ ପ୍ରତି ଅମଙ୍ଗ ହୋଇ କେ ନାରାୟଣ ରାଓଙ୍କୁ ୬୦ ଜଣ ସ୍ଥାନୀୟ ନେତା ଓ କର୍ମୀ ସମର୍ଥନ ଦେଇଛନ୍ତି। କେ ନାରାୟଣ ରାଓଙ୍କ ସମେତ ୬୦ ଜଣ ଲୋକ ପ୍ରତିନିଧି ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି।

ଇସ୍ତଫା ପତ୍ରରେ ନାରାୟଣ ଲେଖିଛନ୍ତି, ଅଜଣା ଲୋକଙ୍କୁ ବିଜେଡି ଟିକେଟ ଦେଇଛି। ଏପରିକି କେତେ ବ୍ଲକ ଅଛି ଜାଣି ନଥିବା ଲୋକ ମଧ୍ୟ ଟିକେଟ ପାଇଛି। କେବଳ ସେତିକି ନୁହେଁ, ବିଜେଡିର ପ୍ରାଥମିକ ସଦସ୍ୟ ନଥିବା ଲୋକ ମଧ୍ୟ ଟିକେଟ ପାଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ପାରଳାଖେମୁଣ୍ଡିରୁ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ୍‌ ମିଳିଛି। ସୂଚନାଯୋଗ୍ୟ କେ ନାରାୟଣ ରାଓ ଚତୁର୍ଦ୍ଦଶ ଓଡ଼ିଶା ବିଧାନସଭା ନିର୍ବାଚନରେ ପାରଳାଖେମୁଣ୍ଡିର ବିଧାୟକ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe