ପାରଳାଖେମୁଣ୍ଡି (ସୁଜିତ୍ ବିଷୋୟୀ): ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ନାମରେ ବୈଠକ। ଚାଲିଥିଲା ବେଆଇନ ଅର୍ଥ କାରବାର। ପୁଲିସକୁ ଡାକି ଧରାଇ ଦେଲେ ସାମ୍ବାଦିକ। ପ୍ରଶାସନ ଅଗୋଚରରେ ଗଜପତିଜିଲ୍ଲା ପରିଷଦ କାର୍ଯ୍ୟାଳୟ ନିକଟରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ଚାଲିଥିଲା ବୈଠକ। ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ବେକାରି ସମସ୍ଯା ବଢ଼ି ଚାଲିଥିବା ବେଳେ ସରଳ ନିରୀହ ଆଦିବାସୀମାନଙ୍କୁ ଚାକିରି ଏବଂ ଯୋଜନାର ପ୍ରଲୋଭନ ଦେଖାଇ ଠକି ଚାଲିଛନ୍ତି ଦଲାଲ। ଆଜିର ଘଟଣା ପରେ ଠକ ଗ୍ୟାଙ୍ଗ୍ ଜିଲ୍ଲାରେ ସକ୍ରିୟ ଥିବା ସ୍ଵଷ୍ଟ ହୋଇଛି।
ଆଜି ପୂର୍ବାହ୍ନରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହେଉଥିବା ସୂଚନା ପାଇ କିଛି ସାମ୍ବାଦିକ ଖବର ସଂଗ୍ରହ ନିମନ୍ତେ ସେଠାକୁ ଯାଇଥିଲେ। ସୁହାନା ଟ୍ରଷ୍ଟ ସୁମ ଗୃପ ଅଫ କମ୍ପାନି (ପଶ୍ଚିମବଙ୍ଗ) ନାମରେ ବ୍ୟାନର ଲାଗି ବୈଠକ ଚାଲିଥିବା ବେଳେ ସମ୍ମୁଖରେ ଶତାଧିକ ମହିଳା ଉପସ୍ଥିତ ଥିଲେ। ହେଲେ ବୈଠକର ମଞ୍ଚରେ ବସିଥିବା ବ୍ୟକ୍ତିମାନଙ୍କ କଥାବାର୍ତ୍ତାରୁ ସନ୍ଦେହ ସୃଷ୍ଟି ହେବାରୁ ଅଧିକ ଜାଣିବାକୁ କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ ଆଉ ସଂସ୍ଥା ନାମରେ ଟଙ୍କା ଆଦାୟ କରୁଥିବା ମଧ୍ୟ ଜାଣିପାରି ପୋଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାସ୍ଥଳରୁ ତିନିଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି।
ଘଟଣାର ତଦନ୍ତ ଜାରି
ଏନେଇ ପ୍ରଶାସନ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସମ୍ପୃକ୍ତ ସଂସ୍ଥା ଜଣକ ପିଛା ପଞ୍ଜୀକୃତ ଫିଜ ବାବଦ୍କୁ ୩୦୦ରୁ ୫୦୦ ଟଙ୍କା ଆଦାୟ କରିଥିବା ବେଳେ ବିଭିନ୍ନ ଲୋଭନୀୟ ସ୍କିମ, ସହଜରେ ରୁଣ, (ଡିଜିଟାଲ ମାର୍କେଟିଙ୍ଗ) ବାବଦରେ ବୈଠକରେ ବୁଝାଉଥିଲା, ତା ପୂର୍ବରୁ ଖବର ପାଇ ପୁଲିସ ପହଞ୍ଚି ତିନି ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଏହି ଠକ ଗ୍ୟାଙ୍ଗ ଏହା ପୂର୍ବରୁ ବଲାଙ୍ଗୀର, ସମ୍ବଲପୁର ଓ ସୋନପୁରରେ ମଧ୍ୟ ଶତାଧିକ ଲୋକଙ୍କୁ ଠକି ଥିବା ଜାଣିବାକୁ ପାଇଛି।
ଆହୁରି ପଢ଼ନ୍ତୁ: Bhadrak Politics: ଭଦ୍ରକରେ ଚର୍ଚ୍ଚା: ନୂଆବର୍ଷରେ ରାଜନୀତିର ନୂଆ ସମୀକରଣ
୯୫ଜଣଙ୍କୁ ନେଇ ବୈଠକ
ଏହା ପୂର୍ବରୁ ଗଜପତି ଜିଲ୍ଲାରେ ମଧ୍ୟ ତିନୋଟି ବୈଠକ କରି ପ୍ରତେକ ବ୍ଲକ ଅଞ୍ଚଳରେ ବ୍ଲକ କୋଡିନେଟର ଭାବରେ ବ୍ଲକ ସ୍ତରରେ କିଛି ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ମାଧ୍ୟମ ରେ ଆଜି ପାଖାପାଖି ୯୫ ଲୋକଙ୍କୁ ଏକତ୍ରିତ କରି ବୈଠକ କରୁଥିଲେ। ତେବେ ସମ୍ମିଳନୀ କକ୍ଷରେ ବୈଠକ ନିମନ୍ତେ ପ୍ରଶାସନ ନିକଟରେ ଆବେଦନ କରି ଅନୁମତି ନିଆଯାଇଥିବା କହୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଅନୁମତି ନନେଇ ସେମାନେ ବୈଠକ କରୁଥିବା କହିଛନ୍ତି ଦ୍ଵାଇତ୍ଵରେ ଥିବା ଅଧିକାରୀ (ଡେପୁଟି କଲେକ୍ଟର) ତ୍ରିନାଥ ସାହୁ। ପୁଲିସର ତଦନ୍ତ ପରେ ଘଟଣା ଏବଂ ଠକେଇ ସମ୍ପର୍କରେ ଅଧିକ ସ୍ଵଷ୍ଟ ହେବ।
ଆହୁରି ପଢ଼ନ୍ତୁ: Curiosity Red White Horse : ଲାଲ ଓ ଧଳା ଘୋଡ଼ା ସକାଳେ ଦେଉଛନ୍ତି ଦେଖା ସଞ୍ଜ ନଇଁଲେ ମିଳୁନି ପତ୍ତା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/22/8e3eb368-4b9a-41b0-98e5-ec2153e9682d-2025-12-22-19-42-14.jpg)