Gajapati Collector celebrates with Ashram Kids. Photograph: (sambad.in)
ପାରଳାଖେମୁଣ୍ଡି: ଆଲୋକର ଏହି ପର୍ବ ଦୀପାବଳି ଅବସରରେ ଆଜି ଗଜପତି ଜିଲ୍ଲାପାଳ ମଧୁମିତା ଉତ୍କଳ ବାଳାଶ୍ରମ ପରିଦର୍ଶନ କରିଛନ୍ତି। ଏଥି ସହିତ ସେ ଅନୁଷ୍ଠାନର ଶିଶୁଙ୍କ ସହ ଦୀପାବଳି ପାଳନ କରି ପିଲାମାନଙ୍କୁ ଉତ୍ସାହିତ କରିଛନ୍ତି।
ଆହୁରି ପଢ଼ନ୍ତୁ: Bollywood popular actor Asrani No More: ପ୍ରସିଦ୍ଧ ଅଭିନେତା ଅସରାନିଙ୍କ ପରଲୋକ,ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ
ପ୍ରଥମେ ଜିଲ୍ଲାପାଳ ବାଳାଶ୍ରମରେ ପହଞ୍ଚି ପିଲାମାନଙ୍କ ଭଲମନ୍ଦ ବୁଝିବା ସହ ଅନୁଷ୍ଠାନର ବିଭିନ୍ନ କକ୍ଷ ପରିଦର୍ଶନ କରି ତଦାରଖ କରିଥିଲେ। ପରେ ଶିଶୁମାନଙ୍କ ଗହଣରେ ରହି ସେମାନଙ୍କ ନାଚ ଗୀତ ଦେଖିଥିଲେ ଏବଂ ମିଷ୍ଠାନ ଖୁଆଇ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ପିଲାଙ୍କ ସହ ମିଶି ବାଣ ଫୁଟାଇଥଲେ।
ଆହୁରି ପଢ଼ନ୍ତୁ: Trump threatenes india again: ଭାରତକୁ ଧମକ ଦେଇ ଅଧିକ ଶୁଳ୍କ ଲାଗୁ କରିବାକୁ କହିଲେ
ଜିଲ୍ଲାପାଳଙ୍କ ସହ ଦୀପାବଳି ପାଳନ କରି ଶିଶୁମାନେ ବେଶ୍ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସୁରକ୍ଷା ଅଧିକାରୀ ଡ଼ମ୍ବରୁ ଧର ବଳବନ୍ତ ଏବଂ ଉତ୍କଳ ବାଳାଶ୍ରମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉକ୍ତ ଆଶ୍ରମରେ ୫୦ ଜଣ ଝିଅ ରହୁଥିବା ବେଳେ ୨୬ ଜଣ ପୁଅ ରହୁଛନ୍ତି।
Gajapati | Diwali
Follow Us