ଗଜପତିରେ ୧୨୨୧ମିମି ବର୍ଷା ରେର୍କଡ; ରାୟଗଡ଼-ରା.ଉଦୟଗିରି ଯୋଗାଯୋଗ ବିଚ୍ଛିନ୍ନ

ଲଘୁଚାପ ପ୍ରଭାବରେ ପୂରା ଦକ୍ଷିଣ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଜପତି ଜିଲ୍ଲାରେ ଆଜି ଦିନ ତମାମ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କିଛି ମାତ୍ରାରେ ଭୁସ୍କଳନ ହୋଇଥିବା ଜଣାପଡିଛି।

gajapati

ପାରଳାଖେମୁଣ୍ଡି: ଲଘୁଚାପ ପ୍ରଭାବରେ ପୂରା ଦକ୍ଷିଣ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଜପତି ଜିଲ୍ଲାରେ ଆଜି ଦିନ ତମାମ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କିଛି ମାତ୍ରାରେ ଭୁସ୍କଳନ ହୋଇଥିବା ଜଣାପଡିଛି। ରାୟଗଡ ବ୍ଲକ ପେକେଟ ଗାଁ ନିକଟରେ ରାସ୍ତାରେ ଭୂସ୍ଖଳନ ଘଟିଛି, ସେହି ଗାଁର ବାପ ପୁଅ ନିଖୋଜ ଅଛନ୍ତି। ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

ପେକଟ ଗାଁର କାର୍ତ୍ତିକ ଶବର(୭୦) ଓ ତାଙ୍କ ପୁଅ ରାଜିକ ଶବର ମାଟି ତଳେ ଚାପି ରହିଥିବା ସନ୍ଦେହ ହେଉଛି। ପକେଟ୍ ଗାଁ ନିକଟରେ ଭୂସ୍ଖଳନ ଯୋଗୁଁ ରାୟଗଡ଼ ଠାରୁ ରା.ଉଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ରାସ୍ତା କଡ଼ରୁ ମାଟି ଅତଡା ଖସିଛି ଫଳରେ ଅଢେଇ ଗାଁ ଓ କୁଜାସିଂ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି।

ରିପୋର୍ଟ ଅନୁସାରେ ଗଜପତି ଜିଲ୍ଲାରେ ଆଜି ସକାଳ ଠାରୁ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ୧୨୨୧.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ୮ଟି ବ୍ଲକରେ ହାରାହାରି ବର୍ଷାର ପରିମାଣ ୧୫୨.୬୮ ମିମି ହୋଇଥିବା ବେଳେ ଆର ଉଦୟଗିରିରେ ସର୍ବାଧିକ ୨୪୦.୨ମିମି ବର୍ଷା ହୋଇଛି। ଜିଲ୍ଲାର କାଶୀନଗରରେ ୬୭, ପାରଳାଖେମୁଣ୍ଡିରେ ୧୦୧, ରାୟଗଡ଼ରେ ୧୭୪.୪, ଗୁମ୍ମାରେ ୧୯୯, ନୂଆଗଡ଼ରେ ୧୩୪.୪, ମୋହନାରେ ୧୩୨ ଓ ଗୋସାଣୀରେ ୧୭୩ମିମି ବର୍ଷା ରେକର୍ଡ ହୋଇଛି। 

ଅତ୍ୟାଧିକ ପରିମାଣର ବର୍ଷା ଫଳରେ ଫାହାଡ଼ ଉପରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏକାଧିକ ସ୍ଥାନରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇ ରହିଛି। ଗୁମ୍ମା, ଉଦୟଗିରି, ନୁଆଗଡ ବ୍ଳକରେ ବହୁ ଗାଁରେ ପାହାଡ଼ ପାଣି ଆସି ଗାଁରେ ପଶିଛି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବର୍ଷା ଜଳ ବିପଦ ସଙ୍କେତ ଭାବେ ନାଳ ନଦୀ ଦେଇ ପ୍ରଭାବିତ ହୋଇଛି। ତରଙ୍ଗଗଡ଼ା ପଞ୍ଚାୟତ ଆମ୍ବାଜିର ବ୍ରିଜ ଉପର ଦେଇ ପାଣି ପ୍ରଭାବିତ ହେବା ଯୋଗୁଁ ପାରତାଡ଼ା, ଖୁଲାବାଡ଼, ଆମ୍ବାଜିରି ଓ ବଡ଼ବାଡ଼ ଗ୍ରାମକୁ ଯାତାୟତ ବନ୍ଦ ରହିଥିବା ବେଳେ ଅଜୟଗଡ଼ ଠାରୁ ନାମନଗଡ଼ ଅଙ୍ଗେଇଡ଼ା ଛକ ମୁଖ୍ୟ ରାସ୍ତା ଉପରେ ତେନ୍ତୁଳି ଗଛ ପଡି ରାସ୍ତା ଅବରୋଧ ହୋଇଛି। ଚନ୍ଦନ ପ୍ଲାଟ ନାଳ ପାଣି ମୁଖ୍ୟ ରାସ୍ତା ଦେଇ ପ୍ରଭାବିତ କରୁଛି।

Gajapati 

ରିପୋର୍ଟ: ସୁଜିତ ବିଷୋୟୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe