ଗଜପତି: ୭ ବର୍ଷୀୟ ବାଳିକା ସହ ଦୁଷ୍କର୍ମ ଅଭିଯୋଗ

Advertisment
ଗଜପତି: ୭ ବର୍ଷୀୟ ବାଳିକା ସହ ଦୁଷ୍କର୍ମ ଅଭିଯୋଗ

ଗଜପତି: ଜଣେ ୭ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ପାରଳାଖେମୁଣ୍ଡି ଅନ୍ତର୍ଗତ କ୍ୟାମ୍ପ୍‌ ଷ୍ଟ୍ରିଟ୍‌-୨ର ଜଣେ ୭୦ ବର୍ଷିୟ ବ୍ୟକ୍ତିଙ୍କୁ ପୁଲିସ ସୋମବାର ଦିନ ଅଟକ ରଖିଛି।

ଅଭିଯୁକ୍ତ ବାରିକ ପ୍ରଧାନ ପଡ଼ୋଶୀ ବି ଉମାଶଙ୍କରଙ୍କର ୭ ବର୍ଷୀୟ ନାବାଳିକା ଝିଅ ସହ ଦୁଷ୍କର୍ମ କରିଛନ୍ତି ବୋଲି ସେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ।

ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କାମ୍ପସାହିରେ ଅଭିଯୁକ୍ତ ବାରିକ ପ୍ରଧାନ ଦୁଇ ତିନି ଦିନ ହେବ ପୀଡ଼ିତାଙ୍କୁ ନାତୁଣୀ ନାତୁଣୀ କହି ଚକ୍‌ଲିଟ୍‌ ଦେଇ ମଉଜିଆ କଥା କହି ଡାକିନେବା ପରେ ତା’ ସହ ଅସଦାଚରଣ କରୁଥିଲେ। ରବିବାର ସନ୍ଧ୍ୟାରେ ମଧ୍ୟ ତାକୁ ପୂର୍ବ ଭଳି ଡାକି ନେଇ ଦୁଷ୍କର୍ମ କରିବା ପରେ ନାବାଳିକା ଜଣକ ଘରକୁ ଆସି କାନ୍ଦି କାନ୍ଦି ସବୁ କଥା କହିବା ପରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପୀଡ଼ିତାଙ୍କ ପରିବାର ବିଳମ୍ବିତ ରାତ୍ରୀରେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଆଇପିସି ଧାରା ୟୁ/ଏସ୍‌ ୩୭୬ ଏବି/୫୦୬/୩୪ ଏବଂ ପୋକ୍‌ସୋ ଆଇନ୍‌ରେ ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ କରୁଛି ବୋଲି ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe