ନିର୍ମାଣର ଦଶ ବର୍ଷ ପରେ ମଧ୍ୟ କାମରେ ଆସୁନି ସରକାରୀ କୋଠା

ନିର୍ମାଣର ଦଶ ବର୍ଷ ପରେ ମଧ୍ୟ କାମରେ ଆସୁନି ସରକାରୀ କୋଠା

Sambad

ଭଞ୍ଜନଗର: ଜନସାଧାରଣ ମାନଙ୍କୁ ସରକାରୀ ସେବା ପ୍ରଦାନ କରିବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଭିତ୍ତିଭୂମୀ ଆବଶ୍ୟକତା ପୂରଣ କରିବା ପାଇଁ ଲକ୍ଷାଧିକ ଟଙ୍କାରେ ସରକାରୀ କୋଠା ନିର୍ମାଣ ହେଉଛି। କେବଳ ଏତିକି ନୁହେଁ, ଲୋକ ମାନଙ୍କ ଅବସର ସମୟ ବିତାଇବା ଓ ମନୋରଞ୍ଜନ କରିବା ନିମନ୍ତେ ସଂସ୍କୃତି ଭବନ, ସୂଚନା କେନ୍ଦ୍ର, ପାଠାଗାରା, ବ୍ୟାୟାମ କେନ୍ଦ୍ର ଆଦି ନିର୍ମାଣ କରୁଛନ୍ତି। କିନ୍ତୁ ସରକାର ରାଜସ୍ବରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିବା କୋଠ ଗୁଡ଼ିକ ଲୋକଙ୍କ ସ୍ବାର୍ଥରେ ବିନିଯୋଗ ହୋଇନପାରି ବର୍ତ୍ତମାନ ଲତାବୁଦାରେ ଢାଙ୍କି ହୋଇ ଭୂତ କୋଠି ପାଲଟିଥିବା ଭଳି ଦୃଶ୍ୟ ପରିଲକ୍ଷିତ ହେଉଛି।

ଏଭଳି ଦୃଶ୍ୟ ଭଞ୍ଜନଗର ସହରର ଏକ ସରକାରୀ କୋଠା ଲତାବୁଦାରେ ଭର୍ତ୍ତି ହୋଇ ରହିଛି। ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଏହି କେଠା। ୧୦ ବର୍ଷ ପୂ‌େର୍ବ ଏହି ସରକାରୀ କୋଠାଟି ନିର୍ମାଣ ହୋଇଥିଲା। ହେଲେ ଏହା କଣ ପାଇଁ ନିର୍ମାଣ ହୋଇଛି। କେଉଁ ବିଭାଗ ଅଧିନରେ ଏହି କୋଠା ନିର୍ମାଣ ହୋଇଛି। ତାହାର ଉତ୍ତର ସ୍ପଷ୍ଟ ଭାବେ କେହି ଦେଇ ପାରୁନାହାଁନ୍ତି। ସରକାରକା ମାଲ୍ ଦରିଆ ମେ ଡାଲ୍ ନ୍ୟାୟରେ ଅତି ସୁନ୍ଦର ଭାବେ ନିର୍ମାଣ କରାଯାଇଥିବା କୋଠାଟି ବର୍ତ୍ତମାନ ସରୀସୃପ ଓ ଜୀବଜନ୍ତୁ ମାନଙ୍କ ବାସସ୍ଥଳୀ ପାଲଟି ଥିବା ଦେଖିବାକୁ ମିଳୁଛି। ଖୋଦ୍‌ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପାଖରେ ତଥା ସୂଚନା ଓ ଲୋକ ସଂର୍ପକ ବିଭାଗର କାର୍ୟ୍ୟାଳୟ ନିକଟରେ ରହିଥିବା ଏହି କୋଠାର ଅବସ୍ଥା ଶୋଚନୀୟ ହୋଇ ରହିଥିଲେ ମଧ୍ୟ ଏହି କୋଠା ପ୍ରତି କାହାରି ଦୃଷ୍ଟି ପଡୁ ନଥିବା ଅତ୍ୟନ୍ତ ଉଦ୍ବେଗର ବିଷୟ ରହିଛି।

publive-image

ନିର୍ମାଣ ହେବା ପରଠାରୁ ଏହା କୌଣସି କାର୍ୟ୍ୟରେ ଲାଗିନଥିବା ବେଳେ କିଛି ବର୍ଷ ବ୍ୟବଧାନରେ ଏହାର ମରାମତି କରିବା ସହ ରଙ୍ଗ ଦିଆ କାର୍ୟ୍ୟ ହେଉଥିବା କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଲକ୍ଷାଧିକ ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ସରକାରୀ କୋଠାଟି ଲତାବୁଦା ମାଡି ଯାଇଥିବା ସହ ଏହାର ଗେଟ୍ ପର୍ୟ୍ୟନ୍ତ ଲତାବୁଦାରେ ପରିପୂର୍ଣ୍ଣ ହୋଇ ରହିଛି। ସରକାରୀ ସ୍ତରରେ କେଉଁଥି ପାଇଁ ଏହି କୋଠାଟି ନିର୍ମାଣ କରାଯାଇଛି। ତାହା କେହି କହି ପାରୁନଥିବା ବେଳେ ଦୀର୍ଘ ଦିନ ଧରି ବନ୍ଦ ରହିବା ଫଳରେ ଲୋକଙ୍କ କାର୍ୟ୍ୟରେ ଆସିବା ବଦଳରେ ଏହି କୋଠାଟି ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।

ତେବେ କେଉଁ ଉଦ୍ଦେଶ୍ୟରେ ସରକାରୀ ଅର୍ଥ ଖର୍ଚ୍ଚ କରି ଏହାକୁ ନିର୍ମାଣ କରିଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହରରେ ବରିଷ୍ଠ ନାଗରିକ ମାନଙ୍କ ଆମୋଦ ପ୍ରମୋଦ ପାଇଁ ଏକ ଘରର ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ବରିଷ୍ଠ ନାଗରିକ ମାନଙ୍କ ପାଇଁ ଘରର ବ୍ୟବସ୍ଥା ହୋଇନାହିଁ। ତେଣୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି କୋଠାକୁ ପୁନରୁଦ୍ଧାର କରିବା ପାଇଁ କିଛି ବ୍ୟକ୍ତି ମତ ଦେଇଛନ୍ତି। ସେହିପରି ସହରରେ କର୍ମନିୟୋଜନ କାର୍ୟ୍ୟାଳୟ, ମାପ ଓଜନ ନିୟନ୍ତ୍ରଣ ବିଭାଗ,ଅବକାରୀ ବିଭାଗ ଭଳି ସରକାରୀ କାର୍ୟ୍ୟାଳୟ ଗୁଡ଼ିକ ସରକାରୀ ଅର୍ଥ ସାରି ଭଡ଼ାରେ ଚାଲୁଥିବା ବେଳେ ସରକାରୀ କୋଠା ଏଠି ଭୂତ କୋଠି ପାଲଟିଛି। ତେଣୁ ପ୍ରଶାସନ ତୁରନ୍ତ ଏହି ଦିଗରେ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ ପାଇଛି।

publive-image Sambad

ରବି ଦାସ,ବରିଷ୍ଠ ଆଇନଜୀବୀଙ୍କ କହିବାନୁଯାୟୀ, ଲୋକଙ୍କ ଟଙ୍କାକୁ ବିନିଯୋଗ କରି ସରକାର ବିଭିନ୍ନ କୋଠାବାଡି ତିଆରି କରୁଥିବା ବେଳେ ତାହା ଲୋକଙ୍କ ସ୍ବାର୍ଥରେ ଲାଗିପାରୁନାହିଁ। ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଇଥିବା ଏହି କୋଠାକୁ ସଠିକ୍ ଯାଗାରେ ବିନିଯୋଗ ନକରି ତାଲା ବନ୍ଦ କରି ରଖିବାରେ ଯେଉଁ ଅଧିକାରୀ ଦାୟୀ ତାଙ୍କ ଠାରୁ ଜୋରିମାନା ଆଦାୟ କରିବା କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe