ରାଜସ୍ଥାନରେ ଦୁର୍ଘଟଣାରେ ସହିଦ ଗଜପତିର ପି.ରବି କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଜସ୍ଥାନରେ ଦୁର୍ଘଟଣାରେ ସହିଦ ଗଜପତିର ପି.ରବି କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ପାରଳାଖେମୁଣ୍ଡି: ରାଜସ୍ଥାନରେ ଦୁର୍ଘଟଣାରେ ସହିଦ ହୋଇଥିବା ଗଜପତି ଜିଲ୍ଲାର ପି.ରବି କୁମାର(୩୬)ଙ୍କ ଶେଷକୃତ୍ୟ ବୁଧବାର ସନ୍ଧ୍ୟାରେ ତାଙ୍କ ଜନ୍ମସ୍ଥାନ ରାଣୀପେଣ୍ଠ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି। ରବିଙ୍କ ମୃତଦେହ ରାଜସ୍ଥାନରୁ ବିମାନଯୋଗେ ଚେନ୍ନାଇ ଏବଂ ପରେ ବିଶାଖପାଟଣା ଅଣାଯିବା ପରେ ସେଠାରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଥିଲା । ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ ଅନ୍ତ୍ୟେଷ୍ଠି ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଗତ ଦୁଇ ତାରିଖରେ ରାଜସ୍ଥାନରେ ଏକ ଆର୍ମି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଦୁଇଜଣ ଯବାନ ସହିଦ ହୋଇଥିଲେ। ଦୁଇ ସହିଦ ଜବାନଙ୍କ ମଧ୍ୟରେ ଜଣେ ତାମିଲନାଡୁର ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଗାଁର। ଉଭୟ ସହିଦଙ୍କ ମରଶରୀର ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରୁ ରବିଙ୍କ ମରଶରୀର ବିଶାଖପାଟଣା ଅଣାଯିବାର ଥିଲା । କିନ୍ତୁ ବାତ୍ୟା ‘ମିଗଜୋମ୍’ ଯୋଗୁଁ ଚେନ୍ନାଇରେ ପ୍ରବଳ ବର୍ଷା ଏବଂ ପବନ ଅନୁଭୂତ ହେଉଥିବାରୁ ସମସ୍ତ ବିମାନ ସେବାକୁ ବାତିଲ କରି ଦିଆଯାଇଥିଲା। ତେଣୁ ରବିଙ୍କ ମରଶରୀର ଚେନ୍ନାଇ ବିମାନ ବନ୍ଦରରେ ହିଁ ରହିଥିଲା। ଯାତାୟତ ସ୍ବାଭାବିକ ହେବା ପରେ ଆଜି ତାଙ୍କ ମରଶରୀର ଗାଁକୁ ଅଣାଯାଇଥିଲା। ପାରଳାଖେମୁଣ୍ଡି ଠାରୁ ଏକ ବିରାଟ ପଟୁଆରରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗାଁକୁ ନିଆଯାଇଥିଲା। ବୀର ଯବାନଙ୍କୁ ଶେଷ ଦର୍ଶନ ପାଇଁ ଗାଁରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା । ପ୍ରଶାସନ ପକ୍ଷରୁ ଉପଜିଲାପାଳ ଆଲୋକ କୁମାର ପ୍ରଧାନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଦେଶ ମାତୃକାର ସେବା ପାଇଁ ନିଜକୁ ସମର୍ପଣ କରିଥିବା ରବିଙ୍କ ଅମର ଅତ୍ମାର ସଦଗତି କାମନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe