ପାରଳାଖେମୁଣ୍ଡି (ସୁଜିତ୍ ବିଷୋୟୀ): ମକର ସଙ୍କ୍ରାନ୍ତି ଓଡ଼ିଆ ପରମ୍ପରାର ଏକ ବିଶେଷ ଦିନ। ଏହାକୁ ବିଭିନ୍ନ ସର୍ମ୍ପଦାୟର ଲୋକ ବିଭନ୍ନ ଢଙ୍ଗରେ ପାଳନ କରନ୍ତି। ଖାସ କରି ତେଲୁଗୁ ସର୍ମ୍ପଦାୟର ଲୋକେ ଏହାକୁ ତିନି ଦିନ ଧରି ବହୁ ଧୁମଧାମରେ ପାଳନ କରିଥାନ୍ତି। କିନ୍ତୁ ପାରଳାଖେମୁଣ୍ଡି ସହର ଆନ୍ଧ୍ର ସୀମାବର୍ତ୍ତି ଅଞ୍ଚଳ ହୋଇଥିବାରୁ ଏଠାରେ ଉଭୟ ଭାଷାଭାସୀ ବସବାସ କରିଥାନ୍ତି। ତେଣୁ ଏଠାକାର ମକର ସଙ୍କ୍ରାନ୍ତି ପାଳନରେ ନିଆରା ମଜା ରହିଛି। ଓଡ଼ିଆ ଓ ତେଲୁଗୁ ଉଭୟ ସର୍ମ୍ପଦାୟର ଲୋକ ମିଳିମିଶି ବହୁ ଆଡମ୍ବର ସହକାରେ ଏହି ପର୍ବ ପାଳନ କରିଥାନ୍ତି।
ଏହି ଉତ୍ସବ ତିନି ଦିନ ଧରି ପାଳନ କରୁଥିବା ବେଳ ପୂଜାର୍ଚ୍ଚନା ପରେ କାଠରେ ନିଆଁ ଲଗାଇ ପ୍ରଥମ ଦିନର ଭୋଗିରେ ହିଁ ନାଚ ଗୀତରେ ମସକୁଲ ଅଛନ୍ତି ପାରଳାବାସୀ। ଦ୍ଵିତୀୟ ଦିନରେ ତେଲୁଗୁ ସର୍ମ୍ପଦାୟରେ ମକର ସଙ୍କ୍ରାନ୍ତିରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରିବା ପରମ୍ପରା ରହିଥିବା ବେଳେ ତୃତୀୟ ଓ ଦିନରେ ସପରିବାର ଏକତ୍ରିତ ହୋଇ ନୁତନ ବସ୍ତ୍ର ପରିଧାନ କରିବା ସହ ପିଠା ପଣାଓ ମିଷ୍ଟାନ ବଣ୍ଟନ କରି ଖୁସି ମନାଇ ଥାନ୍ତି। ସୂର୍ଯ୍ୟଙ୍କ ଉତ୍ତରାୟଣ ହେଉଥିବାରୁ ମକର ସଙ୍କ୍ରାନ୍ତିର ସ୍ୱତର୍ନ୍ତ ମହାତ୍ମ୍ୟ ରହିଥିବା ବେଳେ ଘରେ ଘରେ ମକର ଚାଉଳ ପୂଜା କରନ୍ତି।
ଭୋଗୀ ନିଆଁରୁ ଆରମ୍ଭ ହେଲା ମକର ପର୍ବ#Sambad#Makar#Gajapati#Odishapic.twitter.com/EmgYXzRr61
— Sambad (ସମ୍ବାଦ) (@sambad_odisha) January 13, 2026
ଦକ୍ଷଣି ଓଡିଶାର ସ୍ବତନ୍ତ୍ର ପର୍ବ ପୋଙ୍ଗଲ
ଏହି ଉତ୍ସବକୁ ସବୁ ସର୍ମ୍ପଦାୟରେ ଧୂମ ଧାମରେ ପାଳନ କରନ୍ତି। ତେଣୁ ପବିତ୍ର ମକର ସଂକ୍ରାନ୍ତି ତଥା ଦକ୍ଷଣି ଓଡ଼ିଶାର ଏକ ସ୍ବତନ୍ତ୍ର ପର୍ବ ପୋଙ୍ଗଲ ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଗଜପତିଜିଲ୍ଲା ପୁରପଲ୍ଲୀ ଠାରୁ ସହରାଞ୍ଚଳ। ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ, ମକର ସଂକ୍ରାନ୍ତି ତଥା ପୋଙ୍ଗଲ ପୂର୍ବରୁ ଭୋଗୀ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ତେଲୁଗୁ ସଂପ୍ରଦାୟର ପ୍ରଥା ଅନୁଯାଇ ମକର ସଂକ୍ରାନ୍ତି ବା ପଙ୍ଗୋଲ ଉତ୍ସବ ପାଳନର ପ୍ରଥମ ପର୍ବ ହେଉଛି ଭୋଗୀ ପାଳନ। ଏଥି ଅନୁଯାଇ ମଙ୍ଗଳବାର ମଧ୍ୟରାତ୍ରରେ ପାରଳା ସହରର ବିଭିନ୍ନ ସ୍ଥାନରେ ଶୁଖିଲା କାଠ ଗଣ୍ଡିକୁ ଏକତ୍ରିତ କରି ଅଗ୍ନି ସଂଯୋଗ କରି ଭୋଗୀ ପର୍ବକୁ ପାଳନ କରିଛନ୍ତି। ପାରଳା ସହରର ସାହି ସାହିରେ ଗୋଷ୍ଠୀ ବା ଏକତ୍ରିତ ହୋଇ ସୁଖିଲା ଗଣ୍ଡିକୁ ଏକତ୍ରୀତ କରି ଏଥିରେ ଅଗ୍ନୀ ସଂଯୋଗ କରାଯାଇ ଭୋଗୀ ପର୍ବ ପାଳନ କରାଯାଇଥିଲା। ଏହି ଭୋଗୀ ପର୍ବରେ ସହରର ଅନେକ ସ୍ଥାନରେ ବିଭିନ୍ନ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ନିଜ ନିଜ ମଧ୍ୟରେ ପ୍ରଦାନ କରାଯାଇଥିଲା। ସେହିପରି ମକର ସଂକ୍ରନ୍ତି ତଥା ପୋଙ୍ଗଲ ପାଳନ ଅବସରରେ ବିଭିନ୍ନ ସାମଗ୍ରୀର ଆବଶ୍ୟକତା ଯୋଗୁଁ ଆଜି ପାରଳାଖେମୁଣ୍ଡି
ମୁଖ୍ୟ ବଜାରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା।
ଆହୁରି ପଢ଼ନ୍ତୁ: Vijay Hazare Trophy: ବିଜୟ ହଜାରେ ଟ୍ରଫି : ଦିଲ୍ଲୀକୁ ୭୬ ରନ୍ରେ ହରାଇ ସେମିରେ ବିଦର୍ଭ
ଘରେ ଘରେ କୁଣିଆ ମୈତ୍ରଙ୍କ ଭିଡ଼
ମକର ସଂକ୍ରାନ୍ତି ପାଇଁ ଘରେ ଘରେ କୁଣିଆ ମୈତ୍ରଙ୍କ ଭିଡ଼ ମଧ୍ୟ ଲାଗିଥିବା ବେଳେ ଦକ୍ଷିଣ ଓଡ଼ିଶାର ଗଣପର୍ବ ଭାବେ ପାଳିତ ହୋଇଥାଏ ମକର ସଂକ୍ରାନ୍ତି। ଆନ୍ଧ୍ର ସୀମାବର୍ତ୍ତୀ ଗଜପତି ଜିଲ୍ଲାରେ ଅଧିକାଂଶ ତେଲୁଗୁ ଭାଷାଭାଷୀ ଲୋକ ରହୁଥିବାରୁ ପୋଙ୍ଗଲ ଉତ୍ସବକୁ ବହୁ ଜାକଜମକରେ ପାଳିଥାନ୍ତି ଏଠାକାର ବାସିନ୍ଦା।
ଆହୁରି ପଢ଼ନ୍ତୁ: SBI ATM: ଗ୍ରାହକମାନେ ଧ୍ୟାନଦିଅନ୍ତୁ... ଏଟିଏମ୍ ଶୁଳ୍କ ବଢ଼ାଇଲା ଏସ୍ବିଆଇ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/13/gajapati-2026-01-13-22-38-55.jpg)