ମାଟିଦୀପ ସ୍ଥାନ ନେଇଛି ଲିଚୁ ଲାଇଟ୍‌; ଚିନ୍ତାରେ କୁମ୍ଭକାର ପରିବାର

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକ ମାଳାରେ ସଜ୍ଜା ହେବା ସହିତ ପୂର୍ବ ପୁରୁଷଙ୍କ ଉଦେଶ୍ୟରେ  ଦୀପ ଜାଳି ଶୁଭକାମନା କରିବେ ଲୋକେ। ତେବେ ସମୟ ବଦଳିବା ସହ ବଦଳିଛି ଗ୍ରାହକଙ୍କ ଚାହିଦା।

New Project (19)

ପାରଳାଖେମୁଣ୍ଡି (ସୁଜିଜ୍‌ ବିଷୋୟୀ): ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକ ମାଳାରେ ଘର ସଜେଇବା ସହ ପୂର୍ବ ପୁରୁଷଙ୍କ ଉଦେଶ୍ୟରେ ଦୀପ ଜାଳି ଶୁଭକାମନା କରିବେ ଲୋକେ। ତେବେ ସମୟ ବଦଳିବା ସହ ବଦଳିଛି ଗ୍ରାହକଙ୍କ ଚାହିଦା। ଏବେ ମାଟିଦୀପର ସ୍ଥାନ ନେଲାଣି ଇଲେକ୍ଟ୍ରିକାଲ ଦୀପ ଆଉ ଲିଚୁ ଲାଇଟ୍‌। ତଥାପି  ଦୀପାବଳି ପାଇଁ କୁମ୍ଭାରମାନେ ଦୀପ ତିଆରିରେ ଲାଗି ପଡ଼ିଛନ୍ତି। ଦୁଇ ପଇସା ରୋଜଗାର କରି ପରିବାର ପୋଷଣ କରୁଥିବା ଏହି ଜାତିର ଲୋକମାନେ ଏବେ ବି ବେହୁସା ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କୁମ୍ଭାରସାହିରେ ଏହି ସମ୍ପ୍ରଦାୟର ପ୍ରାୟ ୫୦ ପରିବାର ବସବାସ କରୁଥିବା ବେଳେ ପୂର୍ବ ଭଳି ଆଉ ମାଟି ଦୀପ ଓ ମାଟି ତିଆରି ସାମଗ୍ରୀର ଚାହିଦା ନଥିବା କାରଣରୁ କେବଳ ହାତ ଗଣତି କିଛି ପରିବାର ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। 

ଆବଶ୍ୟକୀୟ କଞ୍ଚାମାଲର ଦର ବୃଦ୍ଧି ସାଙ୍ଗକୁ ସହରରେ ମିଳିବା କଷ୍ଠକର ହେଉଥିବା ବେଳେ ପାଗ ଅନୂକୁଳ ନରହିଲେ ଭଲ ମାଟି ମଧ୍ୟ ମିଳୁନାହିଁ। ସେହିଭଳି ଭାବରେ ଘରକରଣା ସାମଗ୍ରୀର ଦର ପ୍ଳାଷ୍ଟିକ ଠାରୁ ଅଧିକ ହୋଇଥିବା କାରଣରୁ ମାଟି ତିଆରି ସାମଗ୍ରୀ ଆଉ ବ୍ୟବହାର କରୁନାହାନ୍ତି କେହି। ବିଭିନ୍ନ ସାମଗ୍ରୀ ତିଆରି କରି ଜୀବନ ବିତାଇବା ସହ ପରିବାର ଭରଣ ପୋଷଣ କରୁଥିବା କାରିଗର ଏବେ ବେହୁସା ହରାଇବାକୁ ବସିଲେଣି। ଆଉ ଏବେ ସେଦିନ ନାହିଁ। ଧୀରେ ଧୀରେ ମାଟି ତିଆରି ସାମଗ୍ରୀର ବ୍ୟବହାର କମିବା ସାଙ୍ଗକୁ ମାଟିରେ ତିଆରି ଘରକରଣା ସମଗ୍ରୀ ବି ଲୋପ ପାଇଗଲାଣି। କାରିଗରମାନଙ୍କ ମଧ୍ୟ ଚାହିଦା ମଧ୍ୟ ଆଉ ନାହିଁ। ମାଟିର ତିଆରି ସାମଗ୍ରୀର ବ୍ୟବହାର କମିବା ସାଙ୍ଗକୁ କାରିଗରମାନଙ୍କ ଆର୍ଥିକସ୍ଥିତି ଉପରେଏହା ପ୍ରଭାବ ପକାଉଛି। ଫଳରେ କୌଳିକ ବୃତ୍ତିଠାରୁ ଧୀରେ ଧୀରେ ଦୂରେଇ ଗଲେଣି କୁମ୍ଭାର।  

ତଥାପି ଦୀପ ତିଆରିରେ ଲାଗିଛନ୍ତି କୁମ୍ଭାର ସାହିର କାରିଗର। ଦୁଇ ପଇସା ରୋଜଗାର ଆଶାରେ ଦିନ ରାତି ଏକ କରୁଛନ୍ତି ପରିବାରର ସଦସ୍ୟମାନେ। ଧୀରେ ଧୀରେ ମାଟି ତିଆରି ଜିନିଷର ଚାହିଦା କମିବାରେ ଲାଗିଛି। ଦିନ ଥିଲା କେବଳ ଦିପାବଳୀ ନୁହେଁ ବର୍ଷ ତମାମ ଘର ପାଇଁ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରି ପରିବାର ଗୁଜରଣ ମେଣ୍ଟାଉ ଥିଲେ ଆଉ ଦୀପାବଳି ଆସିଲେ ଭଲ ରୋଜଗାର ହେଉଥିଲା। ଏବେ କିନ୍ତୁ ମାଟିଦୀପର ସ୍ଥାନ ନେଲାଣି ଚାଇନା ସାମଗ୍ରୀ। ଏବେ ଦୀପ ତିଆରି କରୁଥିଲେ ସୁଦ୍ଧା ବ୍ୟବସାୟ ହେବ କି ନାହିଁ ଆଶଙ୍କାରେ ରହିଥିବା କହିଛନ୍ତି ଟି ରାଜା ରାଓ , ଲକ୍ଷ୍ମୀ ନାରାୟଣ, ପ୍ରତାପ  ସ୍ଵାଇଁ  ପ୍ରମୁଖ କାରିଗର।

Gajapati | Diwali

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe