ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ବଡ଼କତୁରୁ ଗ୍ରାମ ପଞ୍ଚାୟତର ଆଡାଙ୍ଗାର ଏସ୍ କାମରାଜୁ (୫୦) ଗତକାଲି ବେଙ୍ଗାଲୁରୁରୁ ଟ୍ରେନ୍ ଯୋଗେ ଫେରୁଥିବା ସମୟରେ ଚିତୁରୁ ରେଳ ଷ୍ଟେସନ ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସହାୟତା ପାଇଁ ଗୋଷାଣୀ ବ୍ଳକ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାରୁ ନିକଟସ୍ଥ ତିରୁପତି ବାଲାଜି ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ସେ କହିଥିଲେ। ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ତିରୁପତି ଗସ୍ତରେ ଥିବା ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଏ ସମ୍ପର୍କରେ ଖବର ପାଇ ଚିକିତ୍ସାଧୀନ ଥିବା କାମରାଜୁଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଚିକିତ୍ସାଧୀନ ଓଡ଼ିଆ ରୋଗୀଙ୍କୁ ଆସ୍ବାଶନା ଦେବା ସହ ସମସ୍ତ ଚିକିତ୍ସା ଯୋଗାଇଦେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।
ଆହୁରି ପଢ଼ନ୍ତୁ: GST Reform : ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ସହ ଜିଏସଟି ସଂସ୍କାରର କୌଣସି ସଂପର୍କ ନାହିଁ : ସୀତାରମଣ
ସୂଚନା ପ୍ରକାରେ କାମରାଜୁ ଦୀର୍ଘ ବର୍ଷ ହେଲା ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ କାମ କରୁଥିବା ବେଳେ କୌଣସି କାରଣ ବଶତଃ ସେ ଗାଁକୁ ଚାଲି ଆସିଥିଲେ। ଏବେ ପୁଣି ୬ ମାସ ହେଲା ବେଙ୍ଗାଲୁରୁରେ ରହି ସେଠାରେ କାମ କରୁଛନ୍ତି। ଅସୁସ୍ଥତା କାରଣରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗୁରୁତର ହୋଇପଡ଼ିଥିଲେ ଏବଂ ସହାୟତା ପାଇଁ ଗୋଷାଣୀ ବ୍ଳକ ଅଧ୍ୟକ୍ଷ ବୀର ରାଜୁଙ୍କୁ ଯୋଗାଯୋଗ କରିଥିଲେ। ବ୍ଲକ ଅଧକ୍ଷଙ୍କ ପରମର୍ଶ କ୍ରମେ ହାଇଟେକ୍କ ଗ୍ରୁପ୍ର ଅନ୍ୟତମ ମେଡିକାଲ କଲେଜ ଶ୍ରୀ ବାଲାଜୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା।
ଆହୁରି ପଢ଼ନ୍ତୁ: Low Pressure Warning: ‘ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇ ନାହିଁ’
ଏନେଇ ବିଧାୟକ ଜାଣି ମାନବିକତାର ସହ ରୋଗୀଙ୍କ ନିକଟରେ ପହଞ୍ଚି ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବାହାର ରାଜ୍ଯରେ ତାଙ୍କର ଅସମୟରେ ଛିଡ଼ା ହୋଇ ସହଯୋଗ ପାଇଁ ଗ୍ରାମବାସୀ ବିଧାୟକଙ୍କୁ ପ୍ରଶଂସା କରିଛନ୍ତି।
Gajapati | Andhra Pradesh | Health
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/18/gajapati-2025-10-18-16-39-24.jpg)