Education: ବିଦ୍ୟାଳୟ ପରିସରରେ ରାଜନୀତି; ଭୁଶୁଡୁଛି ଗଜପତି ଜିଲ୍ଲା ଶିକ୍ଷା ବ୍ୟବସ୍ଥା

ବିଦ୍ୟାଳୟ ପରିସରରେ ରାଜନୀତି। ଯାହା ଗଜପତି ଜିଲ୍ଲାରେ ପାଠପଢାର ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହେଉଛି। ଛୋଟବଡ଼ ଅନେକ ରାଜନୈତିକ ପ୍ରସଂଗକୁ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ମଧ୍ୟରେ ବିବାଦ ଦେଖା ଦେଉଛି

Gajapati

Gajapati Education. Photograph: (sambad.in)

ପାରଳାଖେମୁଣ୍ଡି (ସୁଜିତ୍‌ ବିଷୋୟୀ): ‎ବିଦ୍ୟାଳୟ ପରିସରରେ ରାଜନୀତି। ଯାହା ଗଜପତି ଜିଲ୍ଲାରେ ପାଠପଢାର ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହେଉଛି। ଛୋଟବଡ଼ ଅନେକ ରାଜନୈତିକ ପ୍ରସଂଗକୁ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ମଧ୍ୟରେ ବିବାଦ ଦେଖା ଦେଉଛି। ଫଳରେ ବିଦ୍ୟାଳୟର ଆନୁସାଙ୍ଗିକ ବିକାଶ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପଡ଼ିବା ଆଶଙ୍କା ସୃଷ୍ଟି କରୁଛି। ବିଦ୍ୟାଳୟ ମଧ୍ୟରେ ପରିଚାଳନା ଗତ ଛୋଟବଡ ସମସ୍ୟାର ସମାଧାନ ହେଉନଥିବା ସ୍ଥଳେ ବିଦ୍ୟାଳୟ ପରିସର ମଧ୍ୟରେ ପ୍ରବେଶ କରୁଛି ରାଜନୀତି।

ସ୍କୁଲ ସମୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକ ମଧ୍ୟରେ ଗଣ୍ଡଗୋଳ ମାରପିଟ ଭଳି ପରିସ୍ଥିତି ଉପୁଜୁଛି। ପରବର୍ତ୍ତି ସମୟରେ ମାମଲା ଥାନାରେ ପହଁଞ୍ଚିଥାଏ, ନିକଟରେ ଘଟିଥିବା ଗୋଷାଣୀ ବ୍ଲକର ଗୋଷାଣୀ ଉଚ୍ଚ ବିଦ୍ୟାଳୟ, ମାଛମରା ଉଚ୍ଚ ବିଦ୍ୟାଳୟ ଓ ମୋହନା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଘଟିଥିବା ଘଟଣା ଏହାର ନଗ୍ନ ଉଦାହରଣ। ଜିଲ୍ଲାରେ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହା ଆଲୋଚନାର ପ୍ରମୁଖ ବିଷୟ ପାଲଟିଛି, ଯାହା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ବୟାନ କରୁଛି। ସମସ୍ତ ବିଦ୍ୟାଳୟ ନିମନ୍ତେ ସରକାରଙ୍କ ନିୟମ ସମାନ କିନ୍ତୁ ଏଠି ଭିନ୍ନଭିନ୍ନ ବ୍ଲକରେ ସ୍କୁଲ ଖୋଲିବା ଏବଂ ବନ୍ଦ କରିବା ସମୟ ଭିନ୍ନ ଭିନ୍ନ ରହିଛି।

ସରକାରୀ ନିୟମ ବ୍ୟତିକ୍ରମ

ସରକାରଙ୍କ ନିୟମକୁ ଏଠି ବ୍ୟତିକ୍ରମ କରାଯାଉଛି। କେଉଁ ବ୍ଲକରେ ସକାଳ ୧୦ଘ ସମୟରେ ଖୋଲି ଅପରାହ୍ନ ୪ଟାରେ ସ୍କୁଲ ବନ୍ଦ ତ ଆଉ କେଉଁ ବ୍ଲକରେ ସକାଳ ୯ଟା ୩୦ରେ ସ୍କୁଲ ଖୋଲାଯାଇ ଅପରାହ୍ନ ୪.୩୦ରେ ବନ୍ଦ ହେଉଛି। ଗୋଟିଏ ବ୍ଲକରେ ଶିକ୍ଷକମାନେ ଶୀଘ୍ର ଯାଇ ଡେରିରେ ଫେରନ୍ତି ଏବଂ ଅନ୍ୟ କିଛି ବ୍ଲକରେ ଶିକ୍ଷକମାନେ ଡେରିରେ ଯାଇ ଶୀଘ୍ର ଫେରିଥାନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀ ଏହି ସମସ୍ୟାକୁ ସଜାଡିବାରେ ଅକ୍ଷମ। ଫଳରେ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କିଛି ଶିକ୍ଷକ ନିୟମିତ ଭାବେ ବିଦ୍ୟାଳୟକୁ ଯାଉନାହାଁନ୍ତି କି ସଠିକ ସମୟରେ ବିଦ୍ୟାଳୟ ଖୋଲା ଯାଉନାହିଁ। ଯିଏ ଯେତେବେଳେ ଚାହିଁଲା ନିଜ ସମୟ ଅନୁଯାଇ ସ୍କୁଲ ଖୋଲନ୍ତି ଏବଂ ବନ୍ଦ କରିଥାନ୍ତି । 

ପ୍ରଧାନଶିକ୍ଷକଙ୍କ ଇଙ୍ଗିତ!

ଉପରୋକ୍ତ ସମସ୍ତ କାର୍ଯ୍ୟ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କର ଇଙ୍ଗିତରେ ହୋଇଥାଏ। କିଛି ଶିକ୍ଷକ ପ୍ରଧାନଶିକ୍ଷକଙ୍କୁ ସହଯୋଗ କରି ସେଥିର ଫାଇଦା ଉଠାଇ ଥାନ୍ତି। କମ୍ପୁଟର ଚଳାଇ ଜାଣିଥିବା ଶିକ୍ଷକ ସମସ୍ତ ବିଦ୍ୟାଳୟର ଚିଠିପତ୍ର ତିଆରି କରିଥାନ୍ତି। କମ୍ପୁଟର ଶିକ୍ଷକଙ୍କ କଥା କୌଣସି ଶିକ୍ଷକ ଶୁଣୁ ନଥିବେ କି ତାଙ୍କ କଥାରେ ଉଠ ବସ ହେଉନଥିଲେ ପ୍ରଧାନଶିକ୍ଷକଙ୍କୁ ଭୁଲ ପରାମର୍ଶ ଦେଇ ତାଙ୍କ ଉପରେ ଅନ୍ୟ ଶିକ୍ଷକଙ୍କ ତୁଳନାରେ ଏକାଧିକ ଶ୍ରେଣୀର ପାଠପଢା ସହ ଅନ୍ୟାନ୍ୟ କାର୍ଯ୍ୟର ଚାପ ଦିଆଯାଇଥାଏ। ଅନ୍ୟ ଶିକ୍ଷକମାନଙ୍କୁ ତାଙ୍କ ଠାରୁ କୋହଳ କାର୍ଯ୍ୟ ଦିଆଯାଇଥାଏ, ଯାହା ଫଳରେ ମତଭେଦ ସେହିଠାରୁ  ସୃଷ୍ଟି ହୋଇଥାଏ। ଅନେକ ସମୟରେ ନିଜ ସପକ୍ଷରେ ଥିବା ଶିକ୍ଷକ କ୍ଲାସ ନ କରି ମୋବାଇଲ ଧରି ଗପ କରୁଥିଲେ ବି ପ୍ରଧାନ ଶିକ୍ଷକ ଚୁପ ରହୁଥିବା ଦେଖିବାକୁ ମିଳିଛି। ସରକାରଙ୍କର ଅନେକ ଯୋଜନା ରହିଛି ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଟ୍ରେନିଙ୍ଗ ହେଉ କି ମିଟିଂ ହେଉ, ଯେଉଁ ଶିକ୍ଷକମାନଙ୍କ ଉପରେ ରାଗ ଥାଏ ସେମାନଙ୍କୁ ବାରମ୍ବାର ଟ୍ରେନିଙ୍ଗ ଓ ମିଟିଂ ବାହାନାରେ ବାହାରକୁ ପଠାଇବା ସହ ଅନେକ ଦାୟିତ୍ୱ ଦିଆଯାଇ ମାନସିକ ଚାପ ପକାଯାଇଥାଏ।

ଆହୁରି ପଢ଼ନ୍ତୁ: Conflict in BJP: ଗଜପତି ବିଜେପିରେ ଗଞ୍ଜାମ ନେତାଙ୍କ ପ୍ରଭାବ, ସଂଗଠନ ସଦୃଢ ହେବା ବଦଳରେ ବଢୁଛି ଗୋଷ୍ଠୀକନ୍ଦଳ

ଶିକ୍ଷକ ଅଭାବ

ବହୁ ବର୍ଷ ଗୋଟିଏ ସ୍କୁଲରେ ରହିବା ଫଳରେ କିଛି ଶିକ୍ଷକଙ୍କ ଦବଦବା ବଢିଥାଏ ସ୍ଥାନୀୟ ଅଞ୍ଚଳରେ ସେଇଠୁ ସ୍କୁଲ କଥା ଦାଣ୍ଡରେ ପଡି ଆରମ୍ଭ ହୁଏ ରାଜନୀତି। ବି.ଏଲ.ଓ ଦାୟିତ୍ୱ ପାଇଁ ଅନେକ ସ୍କୁଲରେ ଶିକ୍ଷକଙ୍କ ମଧ୍ୟରେ ପାଟିତୁଣ୍ଡ ହେବାର ମଧ୍ୟ ନଜିର ରହିଛି। ଫଳରେ ଶିକ୍ଷାରେ ବାଧାପ୍ରାପ୍ତ ହେଉଛି। ବିଦ୍ୟାଲୟରେ ଛାତ୍ର ଓ ଶିକ୍ଷକ ଅନୁପାତ ନିୟମ ଅନୁଯାଇ ଶିକ୍ଷକ ନାହାଁନ୍ତି କୋଉଠି ଛାତ୍ର ଛାତ୍ରୀ ସଂଖ୍ୟା ଅଧିକ ଥିବାବେଳେ ଶିକ୍ଷକ କମ ତ କେଉଁଠି ଅଧିକ ଅଛନ୍ତି। ଯେଉଁଠାରେ ପିଲାଙ୍କ ସଂଖ୍ୟା କମ ଏବଂ ନିୟମାନୁସାରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ସେଠାରେ ଶିକ୍ଷକମାନେ ପାଳି କରି ସ୍କୁଲକୁ ଆସୁଥିବା ଅଭିଯୋଗ ହେଉଛି। ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଏଥିପାଇଁ ଅନେକ ସମୟରେ ଆନ୍ଦୋଳନ ଓ ଧାରଣା ଦେଇଥାନ୍ତି ଯାହା ରାଜନୀତିର ଆଉ ଏକ ଅଂଶବିଶେଷ। 

ଆହୁରି ପଢ଼ନ୍ତୁ: Odia Culture: ସଂସ୍କୃତି ଓ ଲୋକକଳା ବଞ୍ଚାଇବା ଦାୟିତ୍ବ ଆମର: ଗଣଶିକ୍ଷାମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe