ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ୬ହଜାର କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କ ସମାବେଶରେ ଯୋଗ ଦେବା ପାଇଁ ସ୍ଥିରୀକୃତ ହୋଇଛି । ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ହାଇଟେକ ପ୍ଲାଜାରେ ଆୟୋଜିତ ହୋଇଥିଲା। । ଏଥିରେ ଡ. ତିରୁପତି ପାଣିଗ୍ରାହୀ, ଜି.ତିରୁପତି ରାଓ, ଜି.ବି.ବିଜୟ କୁମାର, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରେମିକା ମଣ୍ଡଳ, ଜିଲ୍ଲା ପରିଷଦ ସଦସ୍ୟା ପ୍ରମେକା ରଇତ, ବେର୍ଣ୍ଣିକ ଗମାଙ୍ଗ, ଗୁଞ୍ଜୁ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।
ରାହୁଲ ଗାନ୍ଧୀଙ୍କ ଭୁବନେଶ୍ଵର ଗସ୍ତ ପାଇଁ କଂଗ୍ରେସ ତରଫରୁ ୨୦ଟି ଯାତ୍ରୀବାହୀ ବସ ସଂରକ୍ଷଣ କରାଯାଇଥିଲା। ଏହାକୁ ସରକାରୀ କଳ ବ୍ୟବହାର କରି ବିଜେଡି ପୁରୀ ସମାବେଶ ପାଇଁ ଜୋର ଜବରଦସ୍ତ ଜିଲ୍ଲା ପ୍ରଶାସନ ନେଇଗଲେ ବୋଲି ଜି.ତିରୂପତି ରାଓ ସୂଚନା ଦେଇଥିଲେ । ପାରଳା ବିଧାନସଭା ଆସନରୁ ୩ ହଜାର ସକ୍ରିୟ କର୍ମୀ ସମାବେଶରେ ଯୋଗ ଦେବେ ବୋଲି ପୂର୍ବ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ୨ହଜାର କର୍ମୀ ବିଶେଷ କରି ମହିଳା ମାନେ ଉକ୍ତ ସମାବେଶରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ସେହିଭଳି, ମୋହନା ନିର୍ବାଚନ ମଣ୍ଡଳୀରୁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗଙ୍କ କର୍ମୀମାନେ ଭୁବନେଶ୍ବରରେ ଯୋଗ ଦେବେ ବୋଲି କହିଛନ୍ତି।
ରାହୁଲଙ୍କ ସଭାକୁ ଯିବେ ଗଜପତିର ୬ ହଜାର କଂଗ୍ରେସ କର୍ମୀ
Advertisment
Follow Us