ଦିବ୍ୟାଙ୍ଗଙ୍କ ସହ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଦୁଇ ପତ୍ନୀଙ୍କୁ ନିର୍ଯାତନା, ଜେଲ୍‌ ଗଲେ ସ୍ୱାମୀ

ପାରଳାଖେମୁଣ୍ଡି : ଜଣେ ୨୬ ବର୍ଷୀୟା ଭିନ୍ନକ୍ଷମ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁର୍ଷ୍କମ କରିବା ଏବଂ ବାହାରେ ପ୍ରକାଶ କଲେ ଜୀବନରେ ମାରି ଦେବାର ଧମକ ଦେଇଥିବା ଗୁମ୍ମା ବ୍ଲକ ନାମନଗଡ ଗ୍ରାମର ଅନନ୍ତ ପାଇକ(୫୦)ଙ୍କୁ ପୁଲିସ ଗିରଫ କରିଛି। ଗତ କିଛିଦିନ ପୂର୍ବେ ସେ ୫ ମାସର ଗର୍ଭବତୀ ଥିବା ଜଣା ପଡ଼ିବା ପରେ ତାଙ୍କ ପରିବାର ଲୋକେ ଏ ନେଇ ସେରଙ୍ଗ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଯୁବତୀଙ୍କୁ ପଚରାଉଚୁରା କରିବା ପରେ ଅନ୍ତନ୍ତ ପାଇକ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ପ୍ରକାଶ କରିଥିଲେ ।

ସେରଙ୍ଗ ଥାନା ଅଧିକାରୀ ନାମନଗଡ଼ ଗ୍ରାମରେ ପହଞ୍ଚି ଅନନ୍ତଙ୍କୁ ଗିରଫ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଦିବ୍ୟାଙ୍ଗ ଯୁବତୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା ପରେ ଏହା ପ୍ରମାଣିତ ହୋଇଛି । ଆଜି ଏସ.ଡି.ପି.ଓ ଠାକୁର ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସେରଙ୍ଗ ଥାନା କେସ ନଂ ୭/୨୦୧୮ ଦଫା ୩୭୬,(୨)(ଏନ୍‌)୫୦୬ ଆଇପିସି ପ୍ରକାରେ ମାମଲା ରୁଜୁ କରାଯାଇଥିବା ପ୍ରକାଶ କରିଛନ୍ତି । ଏହାର ତଦନ୍ତ ଦାୟିତ୍ୱ ସେରଙ୍ଗ ଥାନା ଅଧିକାରୀ ରବିନ୍ଦ୍ର କୁମାର ପାତ୍ର ନେଇଥିବା ବେଳେ ଆଜି ଆସାମୀକୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe