ପୂର୍ବତନ ଜୁନିଅର ଆକାଉଣ୍ଟାଣ୍ଟ ଚାକିରିରୁ ବହିଷ୍କୃତ

ପୂର୍ବତନ ଜୁନିଅର ଆକାଉଣ୍ଟାଣ୍ଟ ଚାକିରିରୁ ବହିଷ୍କୃତ

www.google.com

କଟକ: ଲାଞ୍ଚ ନେବା ଅଭିଯୋଗରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ବିଡିଓଙ୍କ କାର୍ଯ୍ୟାଳୟର ପୂର୍ବତନ ଜୁନିଅର ଆକାଉଣ୍ଟାଣ୍ଟ ବି ଚନ୍ଦ୍ର ଶେଖର ବେହେରାଙ୍କୁ ରାଜ୍ୟ ସରକାର ଚାକିରିରୁ ବହିଷ୍କୃତ କରିଛନ୍ତି। ଶ୍ରୀ ବେହେରା ଏରିଅର ବିଲ୍ ପ୍ରସ୍ତୁତି ଏବଂ ପାସ୍ ପାଇଁ ଜଣେ ସ୍କୁଲ ଶିକ୍ଷକଙ୍କଠାରୁ ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ଏହାପରେ ଶ୍ରୀ ବେହେରା ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ, ବ୍ରହ୍ମପୁରଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ୨ ବର୍ଷ ପାଇଁ କଠୋର କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜରିମାନା ଅନାଦାୟ କ୍ଷେତ୍ରରେ ଅଧିକ ୪ ମାସ କାରାଦଣ୍ଡାଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe