ପାରଳାଖେମୁଣ୍ଡି: ତିର୍ତ୍ତୋଲ ଏବଂ ବାଲେଶ୍ଵର ଆସନ ଉପନିର୍ବାଚନାରେ ବିଜୁ ଜନତା ଦଳର ଦୁଇ ପ୍ରାର୍ଥୀ ବାଜିମାତ କରିଥିବା ଯୋଗୁଁ ଆଜି ଗଜପତି ଜିଲା ବିଜୁ ଜନତା ଦଳ ତରଫରୁ ବିଜୟ ଦିବସ ପାଳନ କରାଯାଇଛି। ଏହି ଦୁଇଟି ଆସନରେ ନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀଙ୍କର ଭାବମୂର୍ତ୍ତି ଏବଂ ଶାସନର ଲୋକପ୍ରିୟତାର ସ୍ବର ବୋଲି କହିଛନ୍ତି ଜିଲା ବିଜେଡି ସ୍ୱଭାପତି ପ୍ରଦୀପ ନାୟକ । ଆଜି ଦିନ ତମାମ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଏବଂ ତାଙ୍କ ସହଯୋଗୀମାନେ ଫଳାଫଳକୁ ଚାହିଁ ବସିଥିଲେ । ସନ୍ଧ୍ୟାରେ ବାଲେଶ୍ଵର ଏବଂ ବିଜେଡି ଜିତିଛି ବୋଲି ଖବର ପ୍ରସାରିତ ହେବା ପରେ ଦଳୀୟ କର୍ମୀମାନେ ଏକତ୍ରିତ ହୋଇ ବିଜୟ ଉତ୍ସବ ପାଳନ କରିଛନ୍ତି।
ଗଜପତି ବିଜେଡି ପକ୍ଷରୁ ବିଜୟ ଦିବସ ପାଳନ
Advertisment
Follow Us