ପାରଳାଖେମୁଣ୍ଡି: କେବଳ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ରହି କାର୍ଯ୍ୟତୁଲାଇବେ ତାହା ନୁହେଁ ବରଂ ସମାଜର ହିତ ପାଇଁ କିଛି କରି ଦେଖାଇବାର ପ୍ରୟାସ କରିଛନ୍ତି। ଅଧିକାରୀମାନେ ଯେଉଁ ହାତରେ କଲମ ଧରି ଯୋଜନା କାର୍ଯ୍ୟକାରି କରି ଆସୁଛନ୍ତି ସେହି ହାତରେ କୋଡି, କୋଦାଳ, କାତି ଧରି ଶ୍ମଶାନ ସଫେଇ କରିଛନ୍ତି ଜିଲ୍ଲାସ୍ତରୀୟ ପ୍ରସାଶନିକ। 

Advertisment

ଦୀପାବଳି ପାଖେଇ ଆସୁଥିବା ବେଳେ ଘରେଘରେ ଉତ୍ସବର ମାହଲ ଦେଖା ଦେଲାଣି। ଏପଟେ  ଦୋକାନ ବଜାର ମଧ୍ୟ ଚଳଚଞ୍ଚଳ ହେଲାଣି। ଦୀପାବଳି ରାତିରେ ସମସ୍ତେ ପୂର୍ବ ପୁରୁଷଙ୍କୁ ସ୍ମରଣ କରି ଦୀପ ଦାନ କରି ବଡ଼ବଡୁଆ ଡାକ ପକାଇଥାନ୍ତି। କିନ୍ତୁ ସମସ୍ତେ ଭୁଲି ଯାଇଥାନ୍ତି ସେଇ ଶ୍ମଶାନ ଭୂମିକୁ।

ଆହୁରି ପଢ଼ନ୍ତୁ: ISKCON Rath Yatra: ‘ଋଷିକେଶ ମଧୁବନ ଆଶ୍ରମରେ ରଥଯାତ୍ରା ସହ ଇସ୍କନର କୌଣସି ସଂପର୍କ ନାହିଁ’

ଆଜି ସେଇ ଶ୍ମଶାନ ଭୂମିର ସୁରକ୍ଷା ତଥା ପରିଷ୍କାର ପରିଚ୍ଛନ୍ନ କଥାକୁ ମନେ ପକାଇବାକୁ ଯାଇ ଜିଲ୍ଲା ନ୍ୟାୟାଳୟର କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଡ଼ାକରାରେ ତଥା ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ସହାୟତାରେ ଓ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡ଼ା, ସହକାରୀ ଖଣି ଅଧିକାରୀ ଚିଣ୍ଟୁ ଦେହୁରୀ, ଗଜପତି ଓକିଲ ସଂଘ ସଭାପତି ଜିତୁ ପଟ୍ଟନାୟକ, ସମ୍ପାଦକ ଏମ୍ ପୃଥ୍ୱୀରାଜ, ସହ ସମ୍ପାଦକ ରାଜା ପଟ୍ଟନାୟକ, ପାରଳାଖେମୁଣ୍ଡି ଥାନା ସବ ଇନ୍ସପେକ୍ଟର ପ୍ରଫୁଲ୍ଲ ଜଗାରଙ୍ଗ, ହାବିଲଦାର ବିପିନ ବେହେରା ତଥା ଗାୟତ୍ରୀ ଶକ୍ତିପୀଠର ସନ୍ତୋଷ କୁମାର ଗନ୍ତାୟତ, ପରିବେଶବିତ୍ ମନୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିବିଶେଷ ଯୋଗ ଦେଇ ଆଜି ମହେନ୍ଦ୍ରତନୟା ନଦୀ ନିକଟସ୍ଥ ଶ୍ମଶାନକୁ ସଫେଇ କରି ପରିଷ୍କାର କରି ସମାଜକୁ ଏକ ନିଆରା ବାର୍ତ୍ତା ଦେଇଛନ୍ତି ଅଧିକାରୀ ମାନେ।

ଆହୁରି ପଢ଼ନ୍ତୁ: Digital Arrest: ବିଚାରପତିଙ୍କ ନକଲି ଦସ୍ତଖତ ମାଧ୍ୟମରେ କୋଟି କୋଟି ଟଙ୍କା ହଡ଼ପ

ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ପରିବାରକୁ ସମୟ ଦେଇ ପାରୁନଥିବା ବେଳେ ଛୁଟି ସମୟରେ ପରିବାର ସହ ସମୟ ବିତାଇବା ପରିବର୍ତେ ଏଭଳି ମହାନ କାର୍ଯ୍ୟରେ ନିଜକୁ ନିଯୋଜିତ କରିଛନ୍ତି। ଏହି ମହତ କାର୍ଯ୍ୟକୁ ନେଇ ସବୁ ମହଲରେ  ପ୍ରଶଂସା କରାଯାଉଛି।

 Diwali | Gajapati

ରିପୋର୍ଟ: ସୁଜିତ୍‌ ବିଷୋୟୀ