Venkateswara Temple Stamped: ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟାରେ ମୃତ ରୁପା କାହାର? ଓଡ଼ିଶା ନାଁ ଆନ୍ଧ୍ରର...

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାସିବୁଗାସ୍ଥିତ ଶ୍ରୀଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଆଜି କାର୍ତ୍ତିକ ଏକାଦଶୀରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟାରେ ୯ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିପକାଇଛି।

Rupa

Devotee R Rupa dead in stamped at Andhra Pradesh. Photograph: (Photograph: (sambad.in))

ପାରଳାଖେମୁଣ୍ଡି (ସୁଜିତ୍‌ ବିଷୋୟୀ): ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାସିବୁଗାସ୍ଥିତ ଶ୍ରୀଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଆଜି କାର୍ତ୍ତିକ ଏକାଦଶୀରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟାରେ ୯ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିପକାଇଛି। ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି,‌ ଯେଉଁଥିରେ ଜଣେ ଓଡ଼ିଆ ଯୁବତୀ ସାମିଲ ଅଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଗୁଡ଼ିପଦର ଗ୍ରାମର ଆର.ଦିଲେଶଙ୍କ ଝିଅ ଆର ରୁପା (୨୧) ଓଡ଼ିଶାର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଆନ୍ଧ୍ରପ୍ରଦେଶ ସରକାର ନିଜର ବୋଲି ଦାବି କରିଛନ୍ତି। ଆନ୍ଧ୍ର ସରକାର ନିଜର ସରକାରୀ ବିଜ୍ଞପ୍ତିରେ ଏହା ସୂଚନା ଦେଇଛନ୍ତି। 

କେଉଁ ଗାଁର ଝିଅ ରୁପା?

ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଗ୍ରାମରେ ଆର ରୁପାଙ୍କ ଜନ୍ମ ହୋଇଥିଲା। ରୁପା ଯେଉଁ ଗାଁରେ ଜନ୍ମଗ୍ରହଣ କରିଥିଲେ ତାହାକୁ ଓଡ଼ିଶାର ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଗୁଡ଼ିପଦର କୁହାଯାଉଛି। କିନ୍ତୁ ଆନ୍ଧ୍ର ସରକାର ମଧ୍ୟ ଏହି ଗାଁକୁ ନିଜର ମାନଚିତ୍ରରେ ରଖିଛି। ସେଠାକାର ସରକାର ଏହି ଗ୍ରାମକୁ ଶ୍ରୀକାକୁଲମ ଜିଲ୍ଲା ମାଣ୍ଡାସା ମଣ୍ଡଳର ଗୁଡିଭଦ୍ରା ଗ୍ରାମରେ ସ୍ଥାନ ଦେଇଛି। ସୀମା ବିବାଦ ଯୋଗୁଁ ଏହି ଗାଁର ଲୋକେ ଦୁଇଟି ରାଜ୍ୟର ନାଗରିକତା ହାସଲ କରିଛନ୍ତି। ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଯୋଜନାରୁ ଲାଭ ଉଠାଇ ଥାନ୍ତି। ନିର୍ବାଚନ ସମୟରେ ଦୁଇ ରାଜ୍ୟରେ ଭୋଟ୍‌ ଦେଇଥାନ୍ତି।  

ଆହୁରି ପଢ଼ନ୍ତୁ: Venkateswara Temple Stamped: ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟା ଘଟଣା: ବିନା ଅନୁମତିରେ ମନ୍ଦିରରେ ଭିଡ଼!

ମା’ ମୃତ୍ୟୁ ପରେ ଝିଅ ମୃତ

ସୀମାନ୍ତ ଗାଁର ବିବାଦ ଯାହା ହେଉ ପଛେ ଆର ରୁପାଙ୍କର ପରିବାରରେ କଳାବାଦଳ ଘୋଟି ଯାଇଛି। ରୁପା ଉଚ୍ଚ ଶିକ୍ଷିତା ଥିଲେ। ନର୍ସିଂ ଛାତ୍ରୀ ଥିଲେ। ପରିବାର ଚଳିବାରେ ସହାୟତା ହୋଇଥିଲେ। ଆଜି ସେ ଗୁଡ଼ିପଦର ଗାଁର ଅନ୍ୟମାନଙ୍କ ସହିତ ୩୦ କିଲୋମିଟର ଦୂରରେ ଥିବା ଶ୍ରୀଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଦର୍ଶନ ପାଇଁ ସକାଳୁ ବାହାରି ଥିଲେ। ଠାକୁର ଦର୍ଶନ ବେଳେ ସେ ଦଳାଚକଟାର ଶିକର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହିତ ଯାଇଥିବା ଅନ୍ୟ ଜଣେ ମହିଳା ବି. ରୋହିଣୀ ମଧ୍ୟ ଆହତ ଅଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ବର୍ଷ ପୂର୍ବରୁ ଆର ରୁପାଙ୍କର ମା’ଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମା’ କର୍କଟ ରୋଗରେ ପୀଡ଼ିତ ଥିଲେ। ସେହି ଘଟଣାକୁ ରୁପାଙ୍କର ବାପା ଆର ଦିଲେଶ୍ବର ଭୁଲିପାରି ନାହାନ୍ତି। ଆଜି ଦଳାଚକଟାରେ ଝିଅର ଜୀବନ ଚାଲି ଯାଇଛି। ସ୍ତ୍ରୀ ଏବଂ ଝିଅଙ୍କୁ ହରାଇ ସେ କେମିତି ବଞ୍ଚିବେ ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।  

ଆହୁରି ପଢ଼ନ୍ତୁ: Heart Attack Death: ଦୃଦ୍‌ଘାତର ଶିକାର ହୋଇ ଉପସ୍ଥିତ ବୁଦ୍ଧି ଲଗାଇଲେ ବସ୍‌ ଡ୍ରାଇଭର, ବର୍ତ୍ତିଗଲେ ଯାତ୍ରୀ

୧୫ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ପାଇଁ ଆଜି ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ୧୫ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଉପରମହଲାରେ ଥିବା ମନ୍ଦିରକୁ ଯିବା ଲାଗି ସମସ୍ତ ଶ୍ରଦ୍ଧାଳୁ ଧାଡ଼ିରେ ଛିଡ଼ା ହୋଇଥିଲେ। ସକାଳ ୮ଟାରୁ ଭିଡ଼ ଆରମ୍ଭ ହୋଇଥିବା‌ ବେଳେ ସାଢ଼େ ୧୧ଟା ବେଳକୁ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପ୍ରବେଶପଥ ଓ ପ୍ରସ୍ଥାନପଥକୁ ଗୋଟିଏ କରାଯାଇଥିବାରୁ ବାଟ ପାଇବାକୁ ସମସ୍ତେ ସଂଘର୍ଷ କରିବାରୁ ଠେଲାପେଲା ଏବଂ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ଭିଡ଼ରୁ ମୁକୁଳିବାକୁ ରେଲିଂକୁ ଉପାଡ଼ିବାକୁ କିଛି ଶ୍ରଦ୍ଧାଳୁ ଚେଷ୍ଟା କରିଥିଲେ। ରେଲିଂ ଭୁଶୁଡ଼ି ପଡ଼ିବା ପରେ କ୍ଷଣିକ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାହାଚ ଉପରୁ ତଳକୁ କିଛି ମହିଳା ଓ ପୁରୁଷ ପଡ଼ିଯାଇଥିବା ବେଳେ ଜୀବନ ବଞ୍ଚାଇବାକୁ ସମସ୍ତେ ଦୌଡ଼ିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ୯ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟମାନଙ୍କୁ ସଂଗେ ସଂଗେ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ କିଛି ଶ୍ରଦ୍ଧାଳୁଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।

ମୃତ ଭକ୍ତଙ୍କ ବିବରଣୀ ..
* ଇଡୁରି ଚିନ୍ନାମୀ (୫୦), ରାମସ୍ୱରାମ ଗ୍ରାମ, ଟେକାଲି ମଣ୍ଡଳ 
* ରାପାକା ବିଜୟ (୪୮), ପିଟାଲାସାରୀ ଗ୍ରାମ, ଟେକାଲି ମଣ୍ଡଳ 
* ମୁରିପିଣ୍ଟି ନୀଲାମା, ଡୁକକଭାନିପେଟ ପାଲେଭୁରୁ ଗ୍ରାମ, ଭାଜ୍ରାପୁକୋଟୁରୁ ମଣ୍ଡଳ
* ଦୁଭୁଭୁ ରାଜେଶ୍ୱରୀ (୬୦), ବେଲୁପାଟିଆ ଗାଁ, ମାଣ୍ଡାସା ମଣ୍ଡଳ 
* ଚିନ୍ନି ଯଶୋଦାମ (୫୬), ଶିବାରାପୁରାମ ଗ୍ରାମ, ନନ୍ଦିଗାମ ମଣ୍ଡଳ 
* ରୁପା (୨୧), ଗୁଦିବଦ୍ର ଗ୍ରାମ, ମାଣ୍ଡାସା ମଣ୍ଡଳ 
* ଲୋଟଲା ନିଖିଲ (୧୩), ବେନକିଲି ଗାଁ, ସୋମ୍ପେଟା ମଣ୍ଡଳ  
* ଡୋକକରା ଆମ୍ମାଦାମା, ପାଲାସା-କାଶିବୁଗା 
* ବୋରା ବ୍ରିନ୍ଦବତୀ (୬୨), ମାଣ୍ଡାସା ଗାଁ, ମାଣ୍ଡାସା ମଣ୍ଡଳ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe