ପାରଳାଖେମୁଣ୍ଡି:  ଗଜପତିଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ନୂତନ ଜଗନ୍ନାଥ ମନ୍ଦିର କାର୍ଯ୍ୟ ଚାଲୁ ରହିଛି।  ଏହି ସମୟରେ  ଲୀଳାମୟଙ୍କ ବିଭିନ୍ନ ଲୀଳା ଦେଖିବାକୁ ମିଳିଛି। ଲୀଳାମୟଙ୍କ ଭାବରେ ଭାବପ୍ରବଣ ହୋଇ କେତେବେଳେ ଭକ୍ତ କଣ ଦାନ କରୁଛି  କେବଳ ଜଗତର ନାଥ ଜଗନ୍ନାଥଙ୍କୁ ହିଁ ଜଣା।

Advertisment

ମହିଳା ଜଣଙ୍କ ଜଗାକୁ ନିଜ  ପୁଅ କରି ଜଗା ଦୁଆରରେ ପହଞ୍ଚିଥିଲେ । ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଜଗନ୍ନାଥ ପ୍ରେମୀ ବା ଶ୍ରଦ୍ଧାଳୁଙ୍କ ଦାନ ଜାରି ରହିଛି । ମନ୍ଦିର ନିର୍ମାଣ ପାଇଁ ଯେଉଁ ସବୁ ଅର୍ଥ ବିନି ଯୋଗହେଉଛି ସହର ତଥା ଜିଲ୍ଲା ଏବଂ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଭକ୍ତ ବା ଶ୍ରଦ୍ଧାଳୁ ମାନେ ସାମର୍ଥ୍ୟ ଅନୁଯାୟୀ ସ୍ବଇଚ୍ଛାରେ ଦାନ କରିଚାଲିଛନ୍ତି ।

Vigilance Raid ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଭିଜିଲାନ୍ସ ଚଢ଼ାଉ, କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଜବତ

ବର୍ତ୍ତମାନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଆଉ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଦାନ ବି ସେତିକି ମାତ୍ରାରେ ବଢି ଚାଲିଛି । ଶାନ୍ତି ଶୃଙ୍ଖଳିତ ଭାବେ ଲୋକଙ୍କ ଟଙ୍କାରେ ମନ୍ଦିର ନିର୍ମାଣ ଆଗେଇଥିବା ବେଳେ ପାରଳାଖେମୁଣ୍ଡି ସହରର ଜଣେ ମହିଳା ନିଜ ବାସଭବନକୁ ଜଗନ୍ନାଥ ମନ୍ଦିରକୁ ଦାନ କରିଥିବାର ସେ କହିଛନ୍ତି । ପାରଳାଖେମୁଣ୍ଡି ସହରର ସୁନାରି ସାହି ନିବାସୀ କନକପ୍ରଭା ପାତ୍ର ନାମ୍ମୀ ମହିଳା ଜଣକ ସ୍ବ ଅର୍ଜିତ ବାସଗୃହଟିକୁ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣରେ ସହାୟତା ପାଇଁ ଦାନ କରିଥିବା ଜଣା ପଡିଛି  ।

ଆହୁରି ପଢ଼ନ୍ତୁ: Student Gang Raped Killed ପାରାଦୀପରେ ଲୋମଟାଙ୍କୁରା କାଣ୍ଡ: ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା, ବିହାରୀ ଯୁବକ ଗିରଫ, ୟୁପି ଏବଂ ଓଡ଼ିଆ ଯୁବକ ଅଟକ

ସ୍ବାମୀଙ୍କ ନିଧନ ପରେ ଏକୁଟିଆ କନକପ୍ରଭା

ପ୍ରକାଶ ଯେ କନକପ୍ରଭା ପାତ୍ରଙ୍କ ସ୍ବାମୀ ସତ୍ୟନାରାୟଣ ପାତ୍ର ଜଗନ୍ନାଥପ୍ରେମୀ ହୋଇଥିବା ବେଳେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ସକାଶେ ଗଠନ ହୋଇଥିବା ୧୪ ଜଣିଆ ଜଗନ୍ନାଥ ସେବା ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ ଅନବରତ ଭାବେ କାର୍ଯ୍ୟ କରିଆସୁଥିଲେ । ହେଲେ ତାଙ୍କର ୨୦୨୪  ମସିହାରେ ନିଧନ ଘଟିଥିଲା । ଏହି ଦମ୍ପତି ନିସନ୍ତାନ ହୋଇଥିବାରୁ କନକପ୍ରଭା ଏକୁଟିଆ ହୋଇଯାଇଥିଲେ। ଗୋଟିଏ ପଟେ ସ୍ବାମୀଙ୍କ ନିଧନ ପରେ ଏକୁଟିଆ ଥିବା କନକପ୍ରଭା ଶେଷରେ ନିଜ ସ୍ବାମୀଙ୍କ ଜଗନ୍ନାଥ ପ୍ରେମ ଓ ଭକ୍ତି ଏବଂ ନିଃସନ୍ତାନ ହୋଇଥିବା ଯୋଗୁଁ ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ନିଜର ପୁଅ ଭାବି ବାସଗୃହକୁ ଦାନ କରିଥିବାର ଜଗନ୍ନାଥ ସେବା ଦଳର ଦୁର୍ଗାମାଧବ ପାଣିଗ୍ରାହୀ ଜଣାଇଛନ୍ତି । ତେବେ ଏପରି ଦାନକୁ ନେଇ ଜଗନ୍ନାଥ ସେବାଦଳ ପକ୍ଷରୁ କନକପ୍ରଭାଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଥିବା ବେଳେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।