ମହିଳା ଯୌନ ନିର୍ଯାତନା ନିବାରଣ ସଚେତନ ଶିବିର

ଗଜପତି ଜିଲ୍ଲା କାଶୀନଗର ପଂଚାୟତ ସମିତି ବୈଠକ ଗୃହ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସି ଡ଼ି ପି ଓ କେ.କୋଟେଶ୍ୱରୀ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Kashinagar

କାଶୀନଗର: ଗଜପତି ଜିଲ୍ଲା କାଶୀନଗର ପଂଚାୟତ ସମିତି ବୈଠକ ଗୃହ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସି ଡ଼ି ପି ଓ କେ.କୋଟେଶ୍ୱରୀ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ କାଶୀନଗର ପୁଲିସ ବିଭାଗର ସେକେଣ୍ଡ ଅଫିସର ଆଲୋକ ଜଗଦଲ, ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବିଶୋଇ ବାବୁ, ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ପାଢ଼ୀ, ଜଗନ୍ନାଥ କଲେଜର ଅଧ୍ୟାପକ, ସାମାଜିକ ସୁରକ୍ଷା ବିଭାଗର କେ.ସୀତାରାମଙ୍କ ସହ ମୁଖ୍ୟବକ୍ତା ଭାବେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସାରଳା ପାତ୍ର ମଂଚାସୀନ ହୋଇଥିଲେ।

ମୁଖ୍ୟତଃ କନ୍ୟାରତ୍ନ ଏବଂ କିଶୋରୀଙ୍କ ମାନସିକ, ଶାରୀରିକ ବିକାଶରେ ଭୂମିକା, କିଶୋରୀଙ୍କ ସୁରକ୍ଷା, ଲିଙ୍ଗଗତ ତାରତମ୍ୟ, ବାଲ୍ୟ ବିବାହ ସହ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନାରୀ ନିର୍ଯାତନାକୁ ରୋକିବା ନିମନ୍ତେ ଏକ ସୁରକ୍ଷା କମିଟି ଗଠନ ଉପରେ ଗୁରୁତ୍ୱ ଦେଇ ଏ ସବୁ ଦିଗରେ ନାରୀମାନଙ୍କୁ ସୁରକ୍ଷା କବଚ ବଳୟ ଗଠନ କରିବାକୁ ବକ୍ତବ୍ୟ ରଖି ଉପସ୍ଥିତ ଥିବା ସରପଞ୍ଚ, ପି ଆର ଆଇ ସଦସ୍ୟ, ଅଙ୍ଗନବାଡି ମହିଳା ଓ ଆଶା କର୍ମୀମାନେ ଏହାର ମୁଖ୍ୟ କାର୍ଯ୍ୟକର୍ତ୍ତା ବୋଲି କହିଥିଲେ। 

Gajapati | Women's

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe