ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧିଲେ:ଲଣ୍ଡା କରି ନିସ୍ତୁକ ମାଡ଼

Advertisment
ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧିଲେ:ଲଣ୍ଡା କରି ନିସ୍ତୁକ ମାଡ଼

କବିସୂର୍ଯ୍ୟନଗର,: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନନ୍ଦିଆଗଡ଼ା ଗ୍ରାମରେ ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ଗ୍ରାମବାସୀ ବାନ୍ଧି ଲଣ୍ଡା କରିବା ସହ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ହେଉଛନ୍ତି, ପଙ୍କଳବାଡ଼ିର ରଜନୀକାନ୍ତ ନାହାକ (୧୮)। ଏନେଇ ରଜନୀକାନ୍ତ ଥାନାରେ ଏତଲା ଦେବା ପରେ କେସ ନମ୍ବର ୬୯ ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ନେଇ ଥାନା ଅଧିକାରୀ ତପନ କୁମାର ପତି ସୂଚନା ଦେଇଛନ୍ତି।

ଗତକାଲି ରାତିରେ ରଜନୀକାନ୍ତ ବୁଲୁଥିବା ବେଳେ ଏକ ଘରେ ପଶିଥିଲେ। ଏହି ସମୟରେ ଗ୍ରାମବାସୀ ତାଙ୍କୁ ଚୋର ସନ୍ଦେହରେ ମୁହଁରେ କାଳି ବୋଳି ନିସ୍ତୁକ ମାଡ଼ ମାରି ବାନ୍ଧି ଦେଇଥିଲେ। ଏହାସହ ଜୋତାମାଳ ପିନ୍ଧାଇ ଥିଲେ। ସକାଳେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଏନେଇ ରଜନୀକାନ୍ତ ଥାନାରେ ଏତଲା ଦେଇଛନ୍ତି। ଜଣେ ବ୍ୟକ୍ତିଗତ କାମରେ  ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ଗ୍ରାମବାସୀ ଟାଣି ଆଣି ମାଡ଼ ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe