ଯୁବକଙ୍କୁ ବୀଭତ୍ସ ହତ୍ୟା, କୋର୍ଟ ପହଞ୍ଚି ପାରିଲେନି

Advertisment
ଯୁବକଙ୍କୁ ବୀଭତ୍ସ ହତ୍ୟା, କୋର୍ଟ ପହଞ୍ଚି ପାରିଲେନି

photo by :darpannepal.com

କାଶୀନଗର : ପତ୍ନୀ ମୃତ୍ୟୁ ମାମଲାର ଶେଷ ଶୁଣାଣି ପାଇଁ କୋର୍ଟକୁ ଯାଉଥିବା ବାଟରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି। ମୃତ ଯୁବକ କଂଗ୍ରେସର ଜଣେ ଯୁବ ନେତା ବୋଲି ଜଣାପଡ଼ିଛି। ମୃତ ଯୁବକ ହେଉଛନ୍ତି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଭୁବତି ଲକ୍ଷ୍ମୀପୁର ଗ୍ରାମର ଚିପୁରୁ ସଞ୍ଜୀବ। ଆଜି ସକାଳ ୮ଟା ସମୟରେ ସଞ୍ଜୀବ ନିଜ ବାପାମା’ଙ୍କୁ ବସ୍‌ରେ ବସାଇ ଦେଇ ଜଣେ ବନ୍ଧୁଙ୍କ ସହିତ ପାରଳାଖେମୁଣ୍ଡି କୋର୍ଟକୁ ଯାଉଥିଲେ। ୨୦୧୫ ମସିହାରେ ପତ୍ନୀ ମୃତ୍ୟୁ ଘଟଣାର ମାମଲା କୋର୍ଟରେ ଚାଲୁଥିବାବେଳେ ଆଜି ଥିଲା ଶେଷ ଶୁଣାଣି। ଦୁହେଁ ବିସିରିଙ୍ଗି ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଯାଉଥିବାବେଳେ ହଠାତ୍‌ ଜଣେ ଲୋକ ଗାଡ଼ି ଅଟକାଇ ପେଟ୍ରୋଲ୍‌ ମାଗିଥିଲେ। ଲୋକଟି ଅସୁବିଧାରେ ପଡ଼ିଛି ଭାବି ସଞ୍ଜୀବ ବାଇକ୍‌ର ଟାଙ୍କି ଖୋଲି ମାନବିକତା ଦୃଷ୍ଟିରୁ ପେଟ୍ରୋଲ୍‌ ଦେଉଥିବାବେଳେ ହଠାତ୍‌ ସେଠାରେ ୪/୫ ଜଣ ଯୁବକ ପହଞ୍ଚ ତାଙ୍କ ଆଖିକୁ ଲଙ୍କା ଗୁଣ୍ଡ ପକାଇଥିଲେ। ଏହାପରେ ମାରଣାସ୍ତ୍ର ବାହାର କରି ଚୋଟ ପରେ ଚୋଟ ପକାଇ ଚାଲିଥିଲେ। ଘଟଣାସ୍ଥଳରେ ହିଁ ସଞ୍ଜୀବ ଟଳି ପଡ଼ିଥିଲେ। ଏଭଳି କାଣ୍ଡ ଭିଆଇବା ପରେ ଦୁର୍ବୃତ୍ତମାନେ ଆଖି ପିଛୁଳାକେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ଏହା ଦେଖି ତାଙ୍କ ସହ ଥିବା ସାଙ୍ଗ ଭୟରେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ।

ପ୍ରକାଶଥାଉକି, ସଞ୍ଜୀବ କାଶୀନଗର ନିକଟସ୍ଥ ଆନ୍ଧ୍ର ପ୍ରଦେଶ କାଡୁମୁ ଗ୍ରାମରେ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ। ଗତ ୨୦୧୫ ଏପ୍ରିଲ ପହିଲାରେ ତାଙ୍କ ପତ୍ନୀ ଶ୍ରାବଣୀଙ୍କ ବିଷକ୍ରିୟା ଯୋଗୁଁ ମୃତ୍ୟୁ ଘଟିଥିଲା। ସେ ସମୟରେ ସଞ୍ଜୀବଙ୍କ ପରିବାର ଏହା ଆତ୍ମହତ୍ୟା ବୋଲି କହିଥିବାବେଳେ ମୃତ ଶ୍ରାବଣୀଙ୍କ ମା’ଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ଏହି ମାମଲା ଆଜି ଥିଲା ଶେଷ ଶୁଣାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe