ପେଟ୍ରୋଲ ପମ୍ପ ଉଦଘାଟନ ଫଳକୁ ନେଇ ବିଜେଡି- ବିଜେପି ମୁହାଁମୁହିଁ

ସମ୍ବଲପୁର ହିଂସା ଘଟଣାରେ ମୁହାଁମୁହିଁ; ବିଜେପି ଘୃଣା ରାଜନୀତି କରୁଛି : ବିଜେଡି

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ପେଟ୍ରୋଲ ପମ୍ପ ଉଦଘାଟନୀ ଉତ୍ସବକୁ ନେଇ ବିଜେଡି- ବିଜେପି ମୁହାଁମୁହିଁ ହୋଇଛନ୍ତି। ସମବାୟ ବିଭାଗ ପକ୍ଷରୁ ସହରର ସିନେମା ହଲ ଛକରେ ଉଦଘାଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉଦଘାଟନ ଫଳକରେ ପାରଳା ବିଜେପି ବିଧାୟକ କେ ନାରାୟଣ ରାଓଙ୍କ ନାଁ ନଥିବାରୁ ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।  ଏହି ସମୟରେ ବିଜେଡ଼ି ଓ ବିଜେପି ମଧ୍ୟ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା।

ତେବେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପେଟ୍ରୋଲ ପମ୍ପ ନିର୍ମାଣ ପଛରେ କେନ୍ଦ୍ର ସରକାରଙ୍କ ଅବଦାନ ରହିଛି। ଏହି କାରଣରୁ ଉଦଘାଟନ ଫଳକରେ ପାରଳା ବିଜେପି ବିଧାୟକ କେ ନାରାୟଣ ରାଓଙ୍କ ନାଁ ରହିବା କଥା। କିନ୍ତୁ ତାହା କରାନ ଯାଇ ବିଜେଡିର କର୍ମୀମାନେ ସେମାନଙ୍କ କର୍ମୀମାନଙ୍କୁ ଆକ୍ରମଣ କରିଛନ୍ତି। ତେବେ ଗଣ୍ଡଗୋଳକୁ ନେଇ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe