ଘରକୁ ବାହୁଡ଼ିଲେ ଗମାଙ୍ଗ ପରିବାର; ରାୟଗଡ଼ା ଜିଲ୍ଲା କଂଗ୍ରେସରେ ହଇଚଇ, ଆଶାୟୀଙ୍କ ମଧ୍ୟରେ ଭାଳେଣି

Advertisment
ଘରକୁ ବାହୁଡ଼ିଲେ ଗମାଙ୍ଗ ପରିବାର; ରାୟଗଡ଼ା ଜିଲ୍ଲା କଂଗ୍ରେସରେ ହଇଚଇ, ଆଶାୟୀଙ୍କ ମଧ୍ୟରେ ଭାଳେଣି

ରାୟଗଡ଼ା: ଗମାଙ୍ଗ ପରିବାରକୁ ନେଇ ସମସ୍ତ ଆଲୋଚନ ଓ ପର୍ଯ୍ୟାଲୋଚନା ଶେଷ ହୋଇଛି। ଆଜି ଦିଲ୍ଲୀରେ ଓଆଇସିସିର କୋଷାଧ୍ୟକ୍ଷ ଅଜୟ ମାକନ, ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ଗିରିଧାରୀ ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ କଂଗ୍ରେସରେ ପୁଣି ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ନିଜ ବକ୍ତବ୍ୟରେ କହିଥିଲେ ଯେ ସେ ପୁଣି ଘର ବାହୁଡିଥିବାରୁ ବହୁତ ଖୁସି ରହିଛନ୍ତି। ଏଥିପାଇଁ ସେ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେହିପରି ଏଆଇସିସିର ଅଧ୍ୟକ୍ଷ ଶ୍ରୀ ଖଡଗେଙ୍କୁ ମଧ୍ୟ ଧନ୍ୟବାଦ ଦେବା ସହ ସେ ତାଂକର ପୁରୁଣା ବନ୍ଧୁ ବୋଲି କହିଥିଲେ। କଂଗ୍ରେସରେ ସେ ୧୧ ଥର ଟିକଟ ପାଇ ୯ ଥର ବିଜୟୀ ହୋଇଥିବା କହିଥିଲେ। ପୁଣି ୧୧ ବର୍ଷ ଧରି କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ରହିଥିଲେ। କଂଗ୍ରେସରେ ୪୨ ବର୍ଷ ଧରି ରହିବା ପରେ କିଛି ବର୍ଷ ପାଇଁ ସେ ଏହି ଦଳରୁ ଦୁରେଇ ଯାଇଥିଲେ। କିନ୍ତୁ ଏବେ ପୁଣି ଘରକୁ ବାହୁଡିବା ପରେ ସେ ଶାନ୍ତି ପ୍ରାପ୍ତି କରିଛନ୍ତି। ଆଗକୁ କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ସେ ଓଡ଼ିଶାରେ ଆଗେଇ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

publive-image

ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକନ କହିଥିଲେ ଯେ କଂଗ୍ରେସର ଆଗଧାଡିର ନେତା ଡ.ଗିରିଧର ଗମାଙ୍ଗ ପୁନଃ କଂଗ୍ରେସରେ ଯୋଗଦାନ କରିବା ପରେ କଂଗ୍ରେସ ମଜବୁତ ହୋଇଛି। କେବଳ ଓଡିଶାରେ ନୁହେଁ ବରଂ ଜାତୀୟସ୍ତରରେ ମଧ୍ୟ ତାଂକର ଅଭିଜ୍ଞତାକୁ ଉପଯୋଗ କରିବେ।ରାହୁଲ ଗାନ୍ଧୀ ନ୍ୟାୟ ପାଇଁ ଯାତ୍ରା କରୁଥିବାରୁ ଶ୍ରୀ ଗମାଙ୍ଗଙ୍କୁ ଉପସ୍ଥିତି ଆହୁରି ମଜବୁତ କରିବ ବୋଲି କହିଥିଲେ।

ରାୟଗଡାରେ ଗମାଙ୍ଗ ପରିବାର ପୁଣି କଂଗ୍ରେସକୁ ଫେରୁଥିବାରୁ କଂଗ୍ରେସରେ ଆଶାୟୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଯାଇଛି। ଜିଲ୍ଲା କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି।ଏହି ତିନି ଜଣଙ୍କ ସାମିଲ ରାୟଗଡା ଜିଲ୍ଲାର ତିନୋଟି ଆସନରେ ରହିଥିବା ଆଶାୟୀ ଏବେ ଚିନ୍ତାରେ ପଡିଛନ୍ତି। ଜିଲ୍ଲା ସଭାପତି ମଧ୍ୟ ଏଥିରୁ ବାଦ ପଡିନାହାନ୍ତି। ସେ ମଧ୍ୟ ଗମାଙ୍ଗ ପରିବାରର ସାମିଲକୁ ନେଇ ଏବେ ଠାରୁ ଗଣିତ କଷା ଆରମ୍ଭ କରିଦେଇଛନ୍ତି ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe