ସଟଡାଉନରେ ଜଙ୍ଗଲ ଭିତରେ ଖେଳୁଥିଲେ ଜୁଆ, ମାଡିବସିଲା ପୁଲିସ

Advertisment
ସଟଡାଉନରେ ଜଙ୍ଗଲ ଭିତରେ ଖେଳୁଥିଲେ ଜୁଆ, ମାଡିବସିଲା ପୁଲିସ

ଜୟପୁର: ସଟଡାଉନରେ କଟକଣା ଜାରି ହୋଇଥିବାବେଳେ ଜଙ୍ଗଲ ଭିତରେ ଖେଳୁଥିଲେ ଜୁଆ | ଆଉ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଚଢ଼ାଉ କଲା ପୁଲିସ | କୋରାପୁଟ ଜିଲ୍ଲା ଜୟପୁରରେ କିଛି ଏଭଳି ଘଟିଛି | ମିଳିଥିବା ସୂଚନା ମୁତାବକ ଗତକାଲି ଅପରାହ୍ନରେ ୩୦ରୁ ୩୫ ଜଣ ଲୋକ ଜୟପୁର ସହର ନିକଟସ୍ଥ ପଦ୍ମପୁର ଜଙ୍ଗଲରେ ଜୁଆ ଖେଳୁଥିବାର ପୁଲିସ ପାଖରେ ଖବର ପହଞ୍ଚିଥିଲା | ଆଉ ପୁଲିସ ଅତର୍କିତ ଚଢ଼ାଉ କରିଥିଲା |

publive-image

ଜୁଆ ଆଡ୍ଡାରୁ ପୁଲିସ ୭୦ ହଜାର ନଗଦ ଟଙ୍କା ସହ ୧୩ଟି ମୋବାଇଲ ଫୋନ ଓ ୧୨ଟି ମୋଟରସାଇକେଲ ଜବତ କରିଛି | ସେହିପରି ୨୧ ଜଣ ଜୁଆଡିଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି | ଏମାନଙ୍କ ନାମରେ ୨୯୪,୫୦୬,୩୫୩,୧୮୮ ଆଇପିସି ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି |

ତେବେ ସଟଡାଉନ ଚାଲିଥିବାବେଳେ ଜଙ୍ଗଲ ଭିତରେ ଏମାନେ ଜୁଆ ଖେଳୁଥିବାରୁ ଏମାନଙ୍କ ନାମରେ କୋଭିଡ ନିୟମ ଉଲ୍ଲଙ୍ଘନ ମାମଲା ମଧ୍ୟ ଲଗାଯାଇଛି | ତେବେ ପୁଲିସ ଚଢ଼ାଉ ବେଳେ କିଛି ବ୍ୟକ୍ତି ଖସିଯାଇଥିବାବେଳେ ଏମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ଛାନଭିନ ଜାରି ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe