ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Advertisment
ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Sambad

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସତ୍ୟ ଓ ଅହିଂସାର ପୂଜାରୀ ତଥା ସ୍ୱାଧୀନତା ଆନ୍ଦୋଳନର ଅଗ୍ରଣୀ ସେନାନୀ ଗାନ୍ଧୀଜୀଙ୍କ ୧୫୩ତମ ଓ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୧୮ତମ ଜୟନ୍ତୀ ଅବସରରେ ଦିନ ତମାମ ବିଭିନ୍ନ ସଭା, ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା। ଆଜି ସଂଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ମୁଖ୍ୟବକ୍ତା ଭାବେ ଭାବେ ପୂର୍ବତନ କୁଳସଚିବ ନାରାୟଣ ରାଓ ଯୋଗ ଦେଇଥିଲେ। ଗାନ୍ଧୀଜୀଙ୍କ ସଦ୍ଭାବନା, ଅହିଂସା ଓ ସତ୍ୟ ସମ୍ପର୍କରେ ଦେଖାଇଥିବା ରାସ୍ତା ଓ ଶାସ୍ତ୍ରୀଜୀଙ୍କ ଦୃଢ଼ ନିଷ୍ଠା, ସତସାହସକୁ ଆଜିର ପିଢ଼ି ପାଳନ କରିବା ଆବଶ୍ୟକ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ପ୍ରାଣନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ ବକ୍ରୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ- ଦିପ୍ତିମୟୀ ପ୍ରତିହାରୀ, ଇତିଶ୍ରୀ ସେଠୀ, ରୁଦ୍ରାଭିଷେକ ମାନ୍ଧାତାଙ୍କୁ ପୁରସ୍କୃତ କରାଯାଇଥିଲା।

publive-image Sambad

ସେହିଭଳି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ବକ୍ରୃତା ପ୍ରତିଯୋଗିତାରେ ମାମଲି ପ୍ରଧନା, ପୂରବୀ ପ୍ରିୟଦର୍ଶନୀ, ଶୁଭଲକ୍ଷ୍ମୀ ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଗାନ୍ଧୀ ଭଜନ ପରିବେଷଣ କରାଯାଇଥିଲା। ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ ଗାନ କରାଯାଇଥିଲା। ସକାଳେ ପ୍ରାଣନାଥ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପରିସରରେ ଥିବା ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଏଥିରେ ସନାତନ ମିଶ୍ର, ସିମୟ କୁମାର ଦାସ, ମହମ୍ମଦ କଲିମୁଦ୍ଦୀନ ଶାହା ପ୍ରମୁଖ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଓ ବିଭାଗୀୟ କର୍ମଚାରୀମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe