କେନ୍ଦୁଝର: ଯାତ୍ରା ଦେଖିଯାଇଥିବା ଜୁଆଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Advertisment
କେନ୍ଦୁଝର: ଯାତ୍ରା ଦେଖିଯାଇଥିବା ଜୁଆଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Dhaka Tribune

କେନ୍ଦୁଝର: ଯାତ୍ରା ଦେଖିଯାଇଥିବା ଜଣେ ଜୁଆଙ୍ଗ ସଂପ୍ରଦାୟର ଯୁବତୀଙ୍କୁ ଗୁରୁବାର ରାତି ଦୁଷ୍କର୍ମ କରାଯାଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରେ ଜଣେ ଯୁବତୀ ଗୁୁରୁବାର ନିକଟ ଗାଁରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ। ଯୁବତୀଙ୍କୁ କିଛି ଯୁବକ ଅନୁସରଣ କରୁଥିଲେ। ପୂର୍ବ ଯୋଜନା ଅନୁସାରେ ୫ ଜଣ ଯୁବକ ସୁଯୋଗ ଦେଖି ଯୁବତୀଙ୍କୁ ଉଠାଇ ନେଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ।

ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାର ଶିକାର ହେବା ପରେ ଯୁବତୀ ଘରେ ଆସି କହିବାରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରେ ଯୁବତୀ କହିଛନ୍ତି, ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣକୁ ସେ ଚିହ୍ନିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe